ମାର୍କେଟ ବିଲ୍‌ଡିଂରେ ଆତଙ୍କ ଖେଳାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ଲାଗିଲା NSA

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଆତଙ୍କରାଜ ଖେଳାଇଥିବା ଦୁର୍ବୃତ୍ତଙ୍କ ନାଁରେ ଲାଗିଲା  ଜାତୀୟ ନିରାପତ୍ତା ଆଇନ୍-NSA। ୩ ଜଣ ଅଭିଯୁକ୍ତଙ୍କ ନାଁରେ NSA ଲଗାଇଛି କମିଶନରେଟ୍ ପୋଲିସ । ଏହି ୩ ଅଭିଯୁକ୍ତ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର ।

ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ NSA ଲାଗିଛି।  ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ସେମାନଙ୍କ ମଧ୍ୟରେ ୧୫ରୁ ଅଧିକ ନାବାଳକ ଅଛନ୍ତି।

ସୂଚନାଥାଉ କି, ଜାନୁଆରୀ ୧୦ ତାରିଖ ସନ୍ଧ୍ୟା ସାଢେ ୬ଟାରେ ରାଜଧାନୀ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂରେ କେତେକ ମୁଖା ପିନ୍ଧା ଦୁର୍ବୃତ୍ତ ଆତଙ୍କରାଜ ଚଳାଇଥିଲେ। ମାର୍କେଟ ବିଲ୍‌ଡିଂରେ ପସରା ମେଲାଇଥିବା ଉଠା ଦୋକାନୀଙ୍କୁ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଥିଲେ। ଭୟ ଓ ଜୀବନ ବିକଳରେ ଦୋକାନୀମାନେ ଯିଏ ଯୁଆଡ଼େ ପାରିଲେ ପଳାଇ ଯାଇଥିଲେ।  ଏପରିକି ଦୋକାନୀଙ୍କ ସରଞ୍ଜାମ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା।

ଦୁର୍ବୃତ୍ତଙ୍କ ମାଡ଼ରେ କିଛି ଦୋକାନୀ ଆହତ ମଧ୍ୟ ହୋଇଥିଲେ। କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।  

You might also like