ମାରାଥନ୍‌ରେ ଭାଗ ନେଇଥିବା ଜଣେ ବ୍ୟକ୍ତିଙ୍କର ଚାଲିଗଲା ପ୍ରାଣ

ଖୋର୍ଦ୍ଧା  : ରନ୍ ଫର୍ ହକି ମାରାଥନ୍ ବେଳେ ଅଘଟଣ। ମାରାଥନ୍‌ରେ ଭାଗ ନେଇଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଅା ଥାନା କମାଗୁରୁ ପଞ୍ଚାୟତରେ ଘଟିଛି ଏହି ଘଟଣା। ବିଶ୍ୱକପ୍ ହକିର ପ୍ରଚାର ପାଇଁ ବିଜୁ ଯୁବବାହିନୀ ପକ୍ଷରୁ ଏହି ମାରାଥନର ଅାୟୋଜନ କରାଯାଇଥିଲା।

ତେବେ  ମାରାଥନ୍‌ରେ ଭାଗ ନେଇଥିବା ବେଲପଦା ଗାଁର କୃଷ୍ଣ ପରିଡା ଦୌଡୁଥିବା ବେଳେ ହଠାତ୍ ପଡିଯାଇଥିଲେ। ତେବେ ସ୍ଥାନୀୟ ସରପଞ୍ଚ ଏବଂ ଯୁବକମାନେ ଅାମ୍ବୁଲାନ୍ସ ଡକାଇ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ବିଜୁ ଯୁବ ବାହିନୀ ମିନି ମାରାଥନ ବେଳେ ମୟୂରଭଂଜରେ ୩ ଛାତ୍ରୀ ଗୁରୁତର। ସମସ୍ତେ ଚାନ୍ଦୁଅା ହାଇସ୍କୁଲର ୬ଷ୍ଠ ଶ୍ରେଣୀ ଛାତ୍ରୀ। ଦୌଡ଼ ବେଳେ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ବାରିପଦା ପିଅାରଏମ୍ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀମାନେ ହେଲେ ଲକ୍ଷ୍ମୀରେଖା ସିଂ, ସୋନାଲି ମୁର୍ମୁ ଓ ହୀରାମଣି ମୁର୍ମୁ ।

 

You might also like