ଘରୁ ଡାକି ନେଇ ଗୁଳି କରି ହତ୍ୟା କଲେ ମାଓବାଦୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତ ବୀରାଭରମ୍‌ ଗାଁର ଦୁଇ ଜଣଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି। ମୃତକଦ୍ୱୟ ହେଲେ ପାଙ୍ଗି ସତିବାବୁ ଓ ଗାମେଲା ଭାସ୍କର। ଘରୁ ଡାକି ନେଇ ମାଓବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଗାଁକୁ ଆସି ଉଭୟଙ୍କୁ ଘରୁ ଡାକି ଅତି ନକିଟରୁ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ।

ପୁଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଲାଲ୍ ବାହିନୀ କିଛି ହାତଲେଖା ପୋଷ୍ଟର ଛାଡ଼ି ଯାଇଛନ୍ତି। କୋରୁକୋଣ୍ଡା ଦଲମ୍ ପକ୍ଷରୁ ଏଭଳି ଘଟଣା ଘଟାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

You might also like