କ୍ୟାଡର ମାଓବାଦୀଙ୍କ ଅାତ୍ମସମର୍ପଣ

ନୂଆପଡ଼ା: ମାଓ ସଂଗଠନରୁ ମୁହଁ ଫେରାଇଲେ ମାଓବାଦୀ। ନୂଆପଡ଼ା ଏସପି ସ୍ମିଥ୍ ପରମାରଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ନାଁ ଦୁର୍ବାଦଳ ବରିହା।  ସେ ୨୦୦୯ରୁ ବରଗଡ-ବଲାଙ୍ଗିର-ମହାସମୁନ୍ଦ ଡିଭିଜନରେ କାମ କରୁଥିଲେ।

୨୦୦୯ରେ ବରଗଡ଼ ଜିଲ୍ଲା ପଲସଦା ରାସ୍ତା ନିର୍ମାଣ ସଂସ୍ଥାର କ୍ୟାମ୍ପରେ ପୋଡ଼ାଜଳା, ୨୦୧୧ରେ ଝାରମୁଣ୍ଡାରେ ଟ୍ରକ ପୋଡ଼ାଜଳା, ୨୦୧୨ରେ ବରତୁଣ୍ଡ ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା। ଏପରିକି ଦୁର୍ବାଦଳଙ୍କୁ ଧରାଇଦେବା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

You might also like