ମାଲକାନଗିରି: ଲାଲ୍ବାହିନୀଙ୍କ ଧମକ। କାହାକୁ ଫୋନ୍ କଲେ ମିଳିବ ମୃତ୍ୟୁଦଣ୍ଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତର ଅରାପଦର ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖାଯାଇଛି। ଲୋକମାନେ କାହାରିକୁ ଫୋନ ନ କରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ।
ଏହି ଗାଁରେ ରହୁଥିବା ଲୋକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ରହୁଥିବା ଲୋକଙ୍କୁ ଫୋନ ନ କରିବାକୁ ଚେତାବନୀ ଦିଆଯାଇଛି। ଅନୁମତି ନେଇ ଫୋନ୍ରେ କଥା ହେବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ। ଆଉ ଯଦି କୌଣସି ବ୍ୟକ୍ତି ଏହାର ଖିଲାପ କରନ୍ତି ତେବେ ତାଙ୍କୁ କଡ଼ା ଦଣ୍ଡ ଭୋଗିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି।
ଗ୍ରାମବାସୀ ପୁଲିସ୍କୁ ସୂଚନା ଦେଉଥିବା ଆଶଙ୍କାରେ ମାଓବାଦୀଙ୍କ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି।