ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଚିତ୍ରକୋଣ୍ଡା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀର ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗଳା କାଟି ହତ୍ୟା କରିବା ସହ ୨ ଜଣଙ୍କୁ ନିର୍ଧୂମ ମାଡ଼ମାରି ଗୁରୁତର ଅବସ୍ଥାରେ ମାଓବାଦୀମାନେ ଛାଡ଼ି ଦେଇଥିବା ସୂଚନା ମିଳିଛି। ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ ଏହି ଘଟଣା ଘଟିଛି। 

ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏପରି କରିଥିବା ସନ୍ଦେହ କରାଯାଉଛି।

ସୂଚନାଥାଉ କି, ଗତକାଲି ସ୍ୱାଭିମାନ ଅଞ୍ଚଳରୁ ବିଏସ୍ଏଫ ଯବାନ ୭ଟି IED ଜବତ କରିଥିଲେ। ଟିଫିନରେ ରଖାଯାଇ ଏଗୁଡ଼ିକୁ ପୋତା ଯାଇଥିଲା। ଏହାକୁ ଉଦ୍ଧାର କରାଯିବା ପରେ ଏଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା। ଯବାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରକ ଖଞ୍ଜା ଯାଇଥିଲା। ହେଲେ ମାଓବାଦୀଙ୍କ ଏହି ବଡ଼ ଆକ୍ରମଣ ଯୋଜନାକୁ ବିଏସ୍ଏଫ ଯବାନମାନେ ପଣ୍ଡ କରିଥିଲେ।

You might also like