ମାଓବାଦୀଙ୍କ ପାଖକୁ ଯାଅନି, କରୋନା ହୋଇଥାଇପାରେ!

ମାଲକାନାଗିରି: ମାଓବାଦୀଙ୍କୁ କରୋନା ଭାଇରସ୍ ସଂକ୍ରମିତ କରିଥାଇପାରେ। ସେମାନଙ୍କ ସଂସ୍ପର୍ଶରେ ନଆସିବାକୁ ସତର୍କ କରାଇଲା ସଚେତନ ନାଗିରକ ମଞ୍ଚ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଞ୍ଚ ତରଫରୁ ପୋଷ୍ଟର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି।

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ଆଶଙ୍କା ଥିବା ବେଳେ ଏଥିରେ ମାଓବାଦୀମାନେ ବି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସଚେତନ ନାଗରିକ ମଞ୍ଚ ଆଶଙ୍କା କରିଛି। ଏଣୁ ଏହାକୁ ନେଇ ସତର୍କ ସୂଚନା ଭାବେ ଗ୍ରହଣ କରି ଅଞ୍ଚଳବାସୀ ମାଓବାଦୀଙ୍କ ସଂସ୍ପର୍ଶରେ ନଆସିବାକୁ ସଚେତନ ନାଗରିକ ମଞ୍ଚ ପୋଷ୍ଟର ମାଧ୍ୟମରେ ଜଣାଇଛି।

ଲକ୍‌ଡାଉନ୍ ପିରିୟଡରେ ମାଓବାଦୀଙ୍କ ସଭା ସମିତି ଠାରୁ ଦୁରେଇ ରହିବା ଓ ସେମାନଙ୍କୁ ଆବ୍ୟଶକ  ଜିନିଷପତ୍ର ନ ଯୋଗାଇବା ଲାଗି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହାସହ ଯଦି ସଂକ୍ରମଣ ଆଶଙ୍କା ଥାଏ ତେବେ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ ବୋଲି ଆହ୍ୱାନ କରିଛି ସଚେତନ ନାଗରିକ ମଞ୍ଚ।

You might also like