ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

ମାଲକାନଗିରି: ଆଜିଠାରୁ ମାଓମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ସହିଦ ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଜିଲ୍ଲାର କୁମ୍‌କୁମ୍‌ପୁଡ଼ି ଗାଁରେ ନକ୍ସଲମାନେ ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟରାମ।

ଗତକାଲି ରାତିରେ ୨୦ରୁ ୨୫ ଜଣ ନକ୍ସଲ ଜୟରାମଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ଗୁଳି କରି ହତ୍ୟା  କରିଥିଲେ। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

You might also like