ପାଇପ୍‌ ଲାଇନ୍‌ କାଟିଲେ ମାଓବାଦୀ

ମାଲକାନଗିରି: ପାଇପ୍‌ ଲାଇନ୍‌ କାଟିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ରାଲେଗଡ଼ ପଞ୍ଚାୟତ ଦିଘାଜାନବାଇ ଗାଁ ନିକଟରେ ଥିବା ଏସ୍ସାର୍‌ କମ୍ପାନୀର ପାଇପ୍‌ ଲାଇନ୍‌କୁ ମାଓବାଦୀମାନେ କାଟିଥିବା ଜଣାପଡ଼ିଛି।

ଗତ ଶନିବାର ଏହି ପାଇପ୍‌ ଲାଇନ୍‌ କଟାଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

ଫଳରେ ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଇଥିବା ପାଇପ୍‌ ଲାଇନ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପାଇପ୍‌ ଲାଇନ୍‌ କଟି ଥିବାରୁ ଏସ୍ସାର୍‌ କମ୍ପାନୀର କାର୍ଯ୍ୟ ବନ୍ଦ ରହିଛି।

You might also like