ଗଛକାଟି ମାଓବାଦୀଙ୍କ ରାସ୍ତା ଅବରୋଧ
ଭବାନୀପାଟଣା: ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି। ଏହା ଯୋଗୁ ଲାଞ୍ଜିଗଡ଼ ବ୍ଲକ୍ ହାତୀସାଲ ଘାଟି ଓ ବାରବୁଲି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ବନ୍ଦପାରୀ- ଲାଞ୍ଜିଗଡ, ବିଶ୍ୱନାଥପୁର- ବିଜେପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି। ମାଓବାଦୀମାନେ ଗଛକାଟି ରାସ୍ତା ଉପରେ ପକାଇବା ସହ ପୋଷ୍ଟର ମାରିଛନ୍ତି।
ଏଥିରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ଓ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି। ନିମ୍ନମାନର କାମ ଓ ଶ୍ରମିକ ଶୋଷଣରୁ ବିରତ ନ ରହିଲେ ସ୍ପେସିଆଲ କ୍ଲାସ ଠିକାଦାର ଶିବ ଦାସଙ୍କ ହତ୍ୟାଭଳି ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି।