ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ରେ ନିଆଁ ଲଗାଇ ଦେଲେ ମାଓବାଦୀ

ମାଲକାନଗିରି: ସହିଦ ସପ୍ତାହ ପାଳନ ବେଳେ ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ମାଥିଲି ମୁଣ୍ଡାଗୁଡ଼ାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି।

ମହୁପଦରରୁ ମୋଟୁ ଯାଉଥିବା ଯାତ୍ରୀବାହୀ ବସ୍‌କୁ ମାଓବାଦୀମାନେ ମୁଣ୍ଡାଗୁଡ଼ା ପାଖରେ ଅଟକାଇଥିଲେ। ଏହାପରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ।

ଏହାସହ ବସ୍ ଡ୍ରାଇଭରକୁ ମଧ୍ୟ ସେମାନେ ନିର୍ଧୂମ ପିଟିଥିଲେ ବୋଲି ସୂଚନା ମିଳିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

You might also like