• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୟାଗଡ଼(ଆର୍ତ୍ତତ୍ରାଣ  ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ବାଣୀଗୋଛା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର  ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଗତ ରାତିରେ ସଶସ୍ତ୍ର ମାଓବାଦୀମାନେ ବନ ବିଭାଗ କାର୍ଯ୍ୟାଳୟରେ ପଶି ୩ଟି ବନ୍ଧୁକ ଓ ୭ଟି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏହାସହ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏନେଇ ବନ ବିଭାଗ ଅଧିକାରୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣା ତଦନ୍ତ କରୁଛି।

ପୂର୍ବରୁ ୨୦୦୮ମସିହା ଫେବୃଆରୀ ୧୪ ରାତିରେ ସଶସ୍ତ୍ର ମାଓବାଦୀ ନୟାଗଡ଼ ଅସ୍ତ୍ରାଗାର, ପୁଲିସ ଟ୍ରେନିଂ ସ୍କୁଲ, ନୟାଗଡ଼ ଓ ଦଶପଲ୍ଲା ଥାନାରେ ଆକ୍ରମଣ କରିଥିଲେ। ସେଠାରୁ ମାଓବାଦୀମାନେ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ। ଏଥିରେ ୧୩ ଜଣ ପୁଲିସ କର୍ମଚାରୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।

https://youtu.be/l95dryV2fCI

Maoists-allegedly-loot-and-vandalise-office-of-banigochha-forest-range-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories