ମାଲକାନଗିରିରେ ଲାଲ୍ ଆତଙ୍କ

ମାଲକାନଗିରି: ମାଲକାନଗିରିରେ ଲାଲ୍ ଆତଙ୍କ ଦେଖିବାକୁ ମିଳିଛି। ବଣ୍ଡାଘାଟି ନିକଟ ଆନ୍ଧ୍ର ଓଡ଼ିଶା ସୀମା ପାତ୍ରପୁଟରେ ରାସ୍ତା କାମରେ ନିୟୋଜିତ ଜେସିବି ଜାଳି ଦେଇଛନ୍ତି ମାଓବାଦୀ।

ଗୋଇଗୁଡ଼ାରୁ ଭୋଜିଗୁଡ଼ା ଯାଏ ଚାଲିଥିବା ରାସ୍ତାକାମରେ ଜେସିବି ନିୟୋଜିତ ଥିଲା। ବଣ୍ଡାଘାଟିରେ ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ଏଭଳି କରିଥିବା କୁହାଯାଉଛି। ଘଟଣା ସଂପର୍କରେ ପୁଲିସ୍ ପକ୍ଷରୁ କିଛି କୁହାଯାଇନାହିଁ।

 

You might also like