ସରକାରୀ ବସ୍‌ରେ ମାଓବାଦୀଙ୍କ ବ୍ୟାନର୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ସରକାରୀ ବସ୍‌ରେ ମାଓବାଦୀଙ୍କ ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି।

ଭଇଁଷାଦାନୀରୁ ନୂଆପଡ଼ା ଯାଉଥିବା ବିଜୁ ଗାଁ ଗାଡ଼ିରେ ଏହି ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି।

ଜାନୁଆରୀ ୩୧ରେ ଭାରତ ବନ୍ଦ ଲାଗି ଏହି ବ୍ୟାନର୍‌ରେ ମାଧ୍ୟମରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ମାଓବାଦୀ କମିଟି ପକ୍ଷରୁ ଏହି ବ୍ୟାନର୍‌ ଲଗାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ୭ରୁ ୮ ଜଣ ମାଓବାଦୀ ଆସି ଏହି ବ୍ୟାନର୍‌ ଲଗାଇଥିବା କୁହାଯାଉଛି।

ବ୍ୟାନର୍‌ରେ ନିରୀହ ଲୋକଙ୍କ ଉପରେ ଯବାନଙ୍କ ଆକ୍ରମଣକୁ ପ୍ରତିବାଦ କରାଯାଇଛି।

ତେବେ ନୂଆପଡ଼ା ପୁଲିସ୍ ଖବର ପାଇ ବ୍ୟାନର ଖୋଲି ନେଇଛି।

You might also like