ଆଜିଠାରୁ ପ୍ରତିବାଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ

କନ୍ଧମାଳ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ତଥା ସୁରକ୍ଷା ବାହିନୀର ଦମନଲୀଳାକୁ ବିରୋଧ କରି ଆଜିଠାରୁ ୩୧ ତାରିଖ ଯାଏ ପ୍ରତିବାଦ ସପ୍ତାହ ପାଳନ କରୁଛି ସିପିଆଇ ମାଓବାଦୀ ସଂଗଠନ।

ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରତିବାଦ ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ମାରି ଏହାକୁ ସଫଳ କରିବାକୁ ଆହ୍ୱାନ କରିଛନ୍ତି ଲାଲବାହିନୀ।

କନ୍ଧମାଳ କୁର୍ତମଗଡ଼ରେ ମାଓ ପୋଷ୍ଟର ଲଗାଇ ପ୍ରତିବାଦ ସପ୍ତାହ ପାଳନ କରିବାକୁ ନିବେଦନ କରିଛି ମାଓ ସଂଗଠନ। ମାଓବାଦୀଙ୍କ ପ୍ରତିବାଦ ସପ୍ତାହ ଯୋଗୁଁ ଫୁଲବାଣୀରୁ ୧୦ଟି ରୁଟ୍‌ରେ ୧୩ଟି ବସ୍ ଚଳାଚଳ ବନ୍ଦ ରହିଛି। ସେହିପରି ଉମରକୋଟ ଚନ୍ଦାହାଣ୍ଡି ଘାଟିରେ ମଧ୍ୟ ମାଓ ପୋଷ୍ଟର ଲାଗିଛି। ଗଛ ପକାଇ ଚନ୍ଦାହାଣ୍ଡି-ଝରିଗାଁ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ।

ସେପଟେ ସାଧାରଣ ତନ୍ତ୍ର ଦିବସ ପୂର୍ବରୁ ଗତକାଲି ମାଲକାନଗିରିର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମାଓମେଳି। ଅଣ୍ଡରାପାଲ୍ଲୀ ଗାଁରେ ମାଓମେଳି ଆୟୋଜିତ ହୋଇଛି। ଏଥିରେ ସ୍ୱାଭିମାନ ଅଞ୍ଚଳର ୫୦୦ରୁ ଅଧିକ ପୁରୁଷ ଏବଂ ମହିଳା ସାମିଲ ହୋଇଥିଲେ। ଏହି ଅବସରରେ ସହିଦ ସ୍ତମ୍ଭ ନିର୍ମାଣ ଓ ମାଓ ସଂଗଠନରେ ସାମିଲ୍ ପାଇଁ ଗ୍ରାମବାସୀଙ୍କୁ ଆହ୍ୱାନ ଦେଇଥିଲେ ଲାଲବାହିନୀ।

 

 

You might also like