ଅର୍ବାନ ମାଓବାଦ ନାଁରେ ବୁଦ୍ଧିଜୀବୀଙ୍କ ଗିରଫଦାରୀକୁ ଲାଲ ସଂଗଠନର ବିରୋଧ

ଓଟିଭିକୁ ମାଓନେତା ଉମାକାନ୍ତଙ୍କ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ

ଭୁବନେଶ୍ୱର : ଦେଶରେ ଜନବାଦୀ ଅାନ୍ଦୋଳନକୁ ଅର୍ବାନ ମାଓବାଦର ଅାଖ୍ୟା ଦେଉଛି ମୋଦି ସରକାର। ଏଭଳି ଅାନ୍ଦୋଳନକୁ ଚପାଇ ଦେବାକୁ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀଙ୍କୁ ଗିରଫ କରୁଛି ପୁଲିସ। ଏ ସ୍ଥିତି ଏବେ ଜରୁରୀକାଳୀନ ସ୍ଥିତିଠୁ ବି ଅାହୁରି ସଂଗୀନ ହୋଇଥିବା ଅଭିଯୋଗ ଅାଣିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ସମ୍ପାଦକ ଉମାକାନ୍ତ ।

ବିଜେପି ଏହାକୁ ଖଣ୍ଡନ କରିବା ସହ ଦେଶ ବିରୋଧୀ ଶକ୍ତିଙ୍କ ବିରୋଧରେ ଏହା ବଡ଼ କ୍ରାକ୍‌ଡାଉନ୍ ବୋଲି କହିଛି।

ଦୁର୍ନୀତି ଓ ଚାଷୀ ଅାତ୍ମହତ୍ୟା କଥା ଉଠାଇ ରାଜ୍ୟ ସରକାର ଉପରେ ବି ବର୍ଷିଛନ୍ତି ଉମାକାନ୍ତ। ତେବେ ମାଓ ସଂଗଠନ ସ୍ଥିତି ଦୁର୍ବଳ ହୋଇଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। କହିଛନ୍ତି ୨୦୧୨ରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବହିଷ୍କାର ପରେ ସଂଗଠନ ସାମାନ୍ୟ ଦୁର୍ବଳ ହୋଇଥିଲା। କିନ୍ତୁ ପରବର୍ତ୍ତି ଅବସ୍ଥାରେ ପୁଣି ସ୍ଥିତି ଦୃଢ କରିଛି ନକ୍ସଲ ବାହିନୀ । ଏପରିକି ରାଜ୍ୟର ଅାଉ କିଛି ଜିଲ୍ଲାକୁ ନେଟଓ୍ୱର୍କ ବ୍ୟାପିଥିବା ସେ ଦାବି କରିଛି।

ନିୟମଗିରି ସୁରକ୍ଷା ଅାନ୍ଦୋଳନକୁ ଜିତୁ ଜାକାସିକା ବିଭାଜନ କରୁଥିବା ଅଭିଯୋଗ ଅାଣି ତାଙ୍କୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛନ୍ତି ଉମାକାନ୍ତ। ତା ସହ କୁନ୍ଦୁଲି ନାବାଳିକା ଓ ମହିଳା ମାଓବାଦୀ ଇନ୍ଦୁ ଅାତ୍ମହତ୍ୟା କରି ନାହାନ୍ତି, ବରଂ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ବି ଲଗାଇଛନ୍ତି।

You might also like