ପୁଲିସ ଗୁଳିରେ ଟପ୍‌ ମାଓବାଦୀ ନିହତ

ମାଲକାନଗିରି: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାରେ ମାଓ ଅପରେସନ୍ ହୋଇଛି। ଚିତ୍ରକୋଣ୍ଡା ସୀମାନ୍ତ ଆନ୍ନାଭାରାମ ପୋଲିସ୍ ଷ୍ଟେସନ ନିକଟରେ ପୋଲିସ୍ ମାଓବାଦୀ ଗୁଳି ବିନିମୟ ହୋଇଛି। ଯେଉଁଥିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ତେବେ ଘଟଣାସ୍ଥଳରୁ ଟପ୍ ମାଓନେତା ରାମକୃଷ୍ଣ, ଉଦୟ, ଅରୁଣ ଏବଂ ଜଗନ୍ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ଗୁଜେଡି ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ଖବର ଜଣାପଡ଼ିଥିଲା। ଏହାପରେ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ  ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସମଗ୍ରୀ ଜବତ ହୋଇଛି।

ଆହୁରି ପଢ଼ନ୍ତୁ

You might also like