ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

କୋରାପୁଟ: ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ସେମାନେ କୋରାପୁଟ-ମାଲକାନଗିରି ସୀମା ଜଙ୍ଗଲରେ ଲୁଚାଇ ରିଖିଥିବା ବିପୁଳ ବିସ୍ଫୋରକ ଜବତ ହୋଇଛି। ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଡ୍ରମ ଭିତରେ ଏତେ ସଂଖ୍ୟାରେ ବିସ୍ଫୋରକ ପୋତା ଯାଇଥିଲା। ଏହା ଭିତରେ ୫୦୦ ଜିଲେଟିନ୍, ମାଓ ପୁସ୍ତିକା, ଇଲେକ୍ଟ୍ରିକ୍ ତାର ଇତ୍ୟାଦି ରହିଛି। ଏଥିସହିତ ମାଓ ନେତାଙ୍କ ଫଟୋ, କ୍ୟାମେରା ଫ୍ଲାସ ମଧ୍ୟ ଜବତ ହୋଇଛି। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ମାନଙ୍କ ଦ୍ୱାରା ଏହାକୁ ପୋତାଯାଇଥିବା ଜଣାପଡ଼ିଛି।

କୋରାପୁଟ ଏସ୍ପି ମୁକେଶ ଭାମୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏହାକୁ ଲୁଚାଇ ରଖାଯାଇଥିବା ଅନୁମାନ କରାଯାଉଛି। ବିଏସ୍ଏଫ୍ ଓ କୋରାପୁଟ ଡିଭିଏଫ୍‌ର ମିଳିତ ସର୍ଚ୍ଚ ଅପରେସନ ବେଳେ ଏଗୁଡିକୁ ଉଦ୍ଧାର କରାଯାଇଛି।

You might also like