ଲାଲ୍‌ ବାହିନୀ ରଚିଲେ ଲଙ୍କାକାଣ୍ଡ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ସୀମାରେ ରଚିଲେ ମାଓ ତାଣ୍ଡବ। ଦାନ୍ତେଓ୍ୱାଡା ଜିଲ୍ଲା ବାଚେଲିରେ ଗତକାଲି ରାତିରେ ୫ଟି ଟ୍ରକକୁ ମାଓବାଦୀମାନେ ପୋଡି ଦେଇଛନ୍ତି। ଟ୍ରକ ଗୁଡ଼ିକ ବଚେଲି ସହର ବୈଲାଢିଲା ଟ୍ରକ ଓନର୍ସ ଆସୋସିଏସନ୍ କାର୍ଯ୍ୟାଳୟ ନିକଟରେ ରହିଥିବାବେଳେ ମାଓବାଦୀମାନେ ସେଥିରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଏନ୍‌କାଉଣ୍ଟରରେ ୧୫ମାଓବାଦୀ ନିହତ ହେବା ପରେ ମାଓବାଦୀଙ୍କ ଏହି ତୁମୁଳ କାଣ୍ଡ ଦେଖିବାକୁ ମିଳିଛି।

ଗତ ଦୁଇ ଦିନ ମଧ୍ୟରେ ମାଓବାଦୀଙ୍କ ଏହା ଚତୁର୍ଥ  ହିଂସାକାଣ୍ଡ। ସୀମାନ୍ତରେ ମାଓବାଦୀଙ୍କ ଏଭଳି ହିଂସାକାଣ୍ଡକୁ ଦେଖି ମାଲକାନଗିରି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି।

Comments
Loading...