ଦୁଇ ମାଓବାଦୀଙ୍କ ଅାତ୍ମସମର୍ପଣ

ସହିଦ ସପ୍ତାହରେ ପୁଲିସକୁ ସଫଳତା

ମାଲକାନଗିରି : ନକ୍ସଲଙ୍କ ସହିଦ ସପ୍ତାହ ପାଳନ ଚାଲିଥିବାବେଳେ ଏପଟେ ଦୁଇ ଜଣ ହାର୍ଡକୋର ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଅାତ୍ମସମର୍ପଣ କରିଛନ୍ତି। ସହିଦ ସପ୍ତାହ ପାଳନର ଦ୍ୱିତୀୟ ଦିନରେ କାଲିମେଳା ଦଳମର ୨ କ୍ୟାଡର ମାଓବାଦୀ ହିଂସା ମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

 ଅାତ୍ମସମର୍ପଣ କରିଥିବା ଦୁଇ କ୍ୟାଡର ମାଓବାଦୀ ହେଲେ ମୁକେଶ ଓ ତାଙ୍କ ପତ୍ନୀ ରତ୍ନା ବିଚ୍ଛିନ୍ନାଞ୍ଚଳରେ ସକ୍ରିୟ ଥିବା ଏହି ଦମ୍ପତି ମାଲକାନଗିରି ଓ ଜିଲ୍ଲା ବାହାରେ ୪୦ରୁ ଅଧିକ ମାମଲାରେ ସଂପୃକ୍ତ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

କ୍ୟାଡର ମାଓବାଦୀ ମୁକେଶ ଏରିଅା କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା। ତା ମୁଣ୍ଡରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସେହିପରି ରତ୍ନା ମାଓବାଦୀ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା। ତା ମୁଣ୍ଡରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଗୁରୁପ୍ରିୟା ସେତୁ ଖୋଲିବାରୁ ପୁଲିସ ଅପରେସନ ଭୟରେ ଏମାନେ ଅାତ୍ମସମର୍ପଣ କରିଥିବା ପୁଲିସ କହିଛି।

ଅାତ୍ମସମର୍ପଣ କରିଥିବା ମାଓ ଦମ୍ପତିଙ୍କୁ ନିୟମ ଅନୁସାରେ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

 

You might also like