ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ

  • ବିସ୍ଫୋରଣ କରି ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ
  • ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି
  • ବିସ୍ଫୋରଣ ଯୋଗୁ ମୁମ୍ବାଇ-ହାୱଡା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
  • ଘଟଣା ପରେ ଆରପିଏଫ, ଝାଡ଼ଖଣ୍ଡ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ

ରାଉରକେଲା: ବିସ୍ଫୋରଣ କରି ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି।

ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଯୋଗୁ ମୁମ୍ବାଇ-ହାୱଡା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

ଓଡ଼ିଶା ପଟୁ ଯାଉଥିବା ଅନେକ ଟ୍ରେନ୍ ରାଉରକେଲା ଷ୍ଟେସନ୍‌ରେ ଅଟକି ରହିଛି। ଘଟଣା ପରେ ଆରପିଏଫ, ଝାଡ଼ଖଣ୍ଡ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିଆର୍‌ପିଏଫ୍‌ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍ ଆରମ୍ଭ କରିଛି।

ସୂଚନାଥାଉ କି, କିଛିଦିନ ତଳେ ମାଓବାଦୀମାନେ ପୋଲିସ୍‌ SI ମୁରଲୀ ତାତିଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିଲେ। ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ମୁରଲୀ ତାତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମେଳା ଦେଖିବାକୁ ମୁରଲୀ ତାତି ପାଲନାର ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ।

You might also like