କୁର୍ଲା ପଞ୍ଚାୟତ ଅଫିସ୍ ସମ୍ମୁଖରେ ମାଓ ବ୍ୟାନର ଓ ପୋଷ୍ଟର
ଅାସନ୍ତାକାଲି ଠାରୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳନ ନେଇ ଉଲ୍ଲେଖ
ବିଷମ କଟକ : ଅାସନ୍ତାକାଲି ଠାରୁ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଳନ ହେବାକୁ ଥିବାବେଳେ ବିଷମ କଟକ କୁର୍ଲା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଅାଜି ଦେଖିବାକୁ ମିଳିଛି ମାଓ ବ୍ୟାନର ଓ ପୋଷ୍ଟର।
ଗତକାଲି ରାତିରେ ମାଓବାଦୀମାନେ ଏହି ପୋଷ୍ଟର ମାରିଥିବା ଜଣାପଡ଼ିଛି। ମାଓ ସଂଗଠନ ବଂଶଧାରା ଘୁମୁଷର ନାଗାବଳୀ ଡ଼ିଭିଜନ ପକ୍ଷରୁ ଜାରି କରାଯାଇଥିବା ଏହି ବ୍ୟାନର ଓ ପୋଷ୍ଟରରେ ସହିଦ୍ ହୋଇଥିବା ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଯିବା ସହ ଅାସନ୍ତାକାଲି ଠାରୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳନ କରାଯିବ ବୋଲି ଉଲ୍ଲେଖ ରହିଛି।