ଡକାୟତି ଉଦ୍ୟମ ବେଳେ ମାଓବାଦୀ ଗିରଫ

କୋରାପୁଟ : ଡକାୟତି ଉଦ୍ୟମ କରୁଥିବାବେଳେ କୋରାପୁଟଜିଲ୍ଲା ଅନକାଡେଲିସ୍ଥିତ ବିଏସ୍ଏଫ୍ ହାତରେ ଜଣେ ମାଓବାଦୀଙ୍କ ସହ ୪ ସହଯୋଗୀ ଗିରଫ। ଗିରଫ ହୋଇଥିବା ମାଓବାଦୀ ଜଣକ ମାଛକୁଣ୍ଡ ଥାନା ଅନ୍ତର୍ଗତ ବିଚେଲପଦର ଗାଁର ବୋଲି ସୂଚନା ମିଳିଛି। ତାର ଅନ୍ୟ ୪ ସହଯୋଗୀ ହେଲେ ଭୀମ ଖରା, ଲିଉ ପାଙ୍ଗି, ଲଇଚନ ପାଙ୍ଗି ଓ ମଲକି ଖରା।

ଗତ ଶନିବାର ଦିନ ହନୁମାଲ ଗାଁରେ ଥିବା ଶ୍ୟାମ ବଡନାୟକଙ୍କ ଘରେ ଡକାୟତି ଉଦ୍ୟମବେଳେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଏସ୍ଏଫ୍ ଯବାନ। ସମସ୍ତ ଗିରଫଙ୍କୁ ମାଛକୁଣ୍ଡ ପୁଲିସକୁ ହସ୍ତାନ୍ତର କରିଛି ବିଏସ୍ଏଫ୍ ଯବାନ୍।

 

You might also like