• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ପୁଲିସ୍‌ର କାର୍ଯ୍ୟକଳାପକୁ ବିରୋଧ କରି ମାଓବାଦୀମାନେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ବନ୍ଦ ପାଳନ ଯୋଗୁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି।  ସେମାନେ ପୁଲିସର ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରିଛନ୍ତି।

କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ପନ୍ଦରମାଇଲଠାରେ ଗଛ ପକାଇ ମାଓବାଦୀମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ସବୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

NH-୫୯ ବାଲିଗୁଡ଼ାର ସିର୍ତିଗୁଡ଼ା ଠାରେ ମଧ୍ୟ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ଯାହା ଫଳରେ ଦାରିଙ୍ଗବାଡ଼ି-ବାଲିଗୁଡ଼ା ମଧ୍ୟରେ ଗମନାଗମନ ଠପ୍ ହୋଇଯାଇଛି। ମାଓବାଦୀଙ୍କ ବନ୍ଦ ପାଳନ ଯୋଗୁ ବାଲିଗୁଡ଼ା-କୋଟଗଡ଼-ରାୟଗଡ଼ା-କଳାହାଣ୍ଡି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ରାୟଗଡ଼ାର ୨ଟି ରୁଟ୍‌ରେ ସବୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ୱରରୁ ମାଲକାନଗିରି ମୋଟୁ, ଜୟପୁର-ଫୁଲବାଣୀକୁ ବସ୍ ଚଳାଚଳ ବନ୍ଦ ରହିଛି। ଗତ ରାତିରୁ ରାୟଗଡ଼ା ବସ୍‌ଷ୍ଟାଣ୍ଡରେ ସରକାରୀ ବସ୍ ଅଟକି ରହିଛି।

Maoist-alls-24-hours-bandh-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories