ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଦନ୍ତେୱାଡାର ଫେରେସାଲ ଜଙ୍ଗଲରେ ଏକ ବଡ ଧରଣର ମାଓ ଶିବିର ଥିବା ସୂଚନା ପାଇ ଛତିଶଗଡ ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା।

ପୋଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ପୋଲିସ ଅନୁମାନ କରୁଛି।

You might also like