• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। କିଛି ଦିନର ବ୍ୟବଧାନ ପରେ ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ଏଭଳି ମାଓ ପୋଷ୍ଟର ଓ ବ୍ୟାନର୍‌ ଦେଖିବାକୁ ମିଳିଛି।

ମାଓବାଦୀମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳିଛନ୍ତି। ଏହାସହ ମାଓବାଦୀମାନେ ଏକ କେଟଲିରେ ବିଦ୍ୟୁତ୍‌ ତାର ସଂଯୋଗ କରି ରଖିଥିବାବେଳେ ରାସ୍ତା ଉପରେ ଦୁଇଟି ବ୍ୟାନର୍‌ ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ମେନପୁର-ନୂଆପଡା ମାଓବାଦୀ ଡିଭିଜନ ପକ୍ଷରୁ ଏହି  ବ୍ୟାନର୍‌ ଓ ପୋଷ୍ଟର ଲଗା ଯାଇଥିବା ଜଣାପଡ଼ିଛି।

୧୧ଟି ଦାବି ନେଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ବ୍ୟାନର୍‌ ମାଧ୍ୟମରେ ମାଓବାଦୀମାନେ ଲୋକଙ୍କୁ ଆହ୍ୱାନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତରେ ହାତୀଗାଁ ରହିଛି।

Mao-posters-and-banner-surface-in-raighar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories