ନିୟମଗିରିରେ ମାଓ ପୋଷ୍ଟର୍ 

ଜନ ଆନ୍ଦୋଳନରେ ସାମିଲ ହେବାକୁ ପୋଷ୍ଟରରେ ଅପିଲ୍‌

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ନିକଟସ୍ଥ ପରସଲି ପଞ୍ଚାୟତରେ ୪ଟି  ମାଓ ପୋଷ୍ଟର୍ ଦେଖିବାକୁ ମିଳିଛି। ପଞ୍ଚାୟତ ଅଫିସ୍ କାନ୍ଥରେ ୨ଟି ପୋଷ୍ଟର୍ ଲାଗିଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରରେ ୨ଟି ପୋଷ୍ଟର୍ ଲାଗିଛି। ବାଘୁନା ଡିଭିଜିନାଲ୍ ମାଓବାଦୀ କମିଟି ନାଁରେ ଲାଗିଥିବା ଏହି ପୋଷ୍ଟର୍‌ରେ ନିୟମଗିରି ଜନ ଆନ୍ଦୋଳନକୁ ଦୁର୍ବଳ କରିବାକୁ ସରକାରଙ୍କ ପ୍ରୟାସକୁ ବିରୋଧ କରାଯାଇଛି।

ଏହାକୁ କମ୍ପାନୀ ହାତରେ ଟେକିଦେବାକୁ ସରକାରଙ୍କ ଉଦ୍ୟମକୁ ଫାସିବାଦ ନୀତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏହା ବ୍ୟତୀତ ଲୋକଙ୍କ ବିରୋଧ ସତ୍ତ୍ୱେ ତ୍ରିଲୋଚନପୁରରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯିବାକୁ ବିରୋଧ କରାଯାଇଛି। ସବୁ ପ୍ରକୃତି ପ୍ରେମୀ ଓ ବୁଦ୍ଧିଜୀବୀଙ୍କୁ ନିୟମଗିରି ଜନ ଆନ୍ଦୋଳନରେ ସାମିଲ ହେବାକୁ ପୋଷ୍ଟରରେ ଅପିଲ୍ କରାଯାଇଛି।

You might also like