ବିଚ୍ଛିନ୍ନାଞ୍ଚଳରେ ଲାଗିଲା ମାଓ ଓ ମାଓ ବିରୋଧୀଙ୍କ ପୋଷ୍ଟର

ଚିତ୍ରକୋଣ୍ଡା : ଅନ୍ୟପକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଚାଲିଛି ପୋଷ୍ଟର ଲଢ଼େଇ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମରାଯାଇଛି ପରସ୍ପର ବିରୋଧି ପୋଷ୍ଟର । ମାଓବାଦୀଙ୍କ ଚେତାବନୀ ବନାମ ସଚେତନତାର ପୋଷ୍ଟର ।

ଗୋଟିଏ ପଟେ ପୋଲିସ ଓ ପ୍ରଶାସନ ଠାରୁ ଦୂରେଇ ରହିବାକୁ ପୋଷ୍ଟର ମାରିଛି ଲାଲବାହିନୀ । ପୋଷ୍ଟରରେ ଗ୍ରାମବାସୀଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି।  ସେପଟେ ବିଭିନ୍ନ  ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମାଓ ବିରୋଧୀ ବ୍ୟାନର ମରାଯାଇଛି । ବିକାଶମୂଳକ କାର୍ଯ୍ୟରେ ମାଓବାଦୀ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି ।

ସୂଚନାଥାଉ କି, ଗତ ୨୫ ତାରିଖରୁ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।  ୩ଖଣ୍ଡ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ମାଓବାଦୀମାନେ ନିଜର ଦୁଇ ମାଓ ସାଥୀଙ୍କୁ ହରାଇ ଥିଲେ। ଏହି ସଂଘର୍ଷରେ  ଯୋଡ଼ାମ୍ଭ ଗ୍ରାମବାସୀଙ୍କର ପ୍ରଭୂତ କ୍ଷତି ହୋଇଥିଲା। ତେବେ ଏହି ସଂଘର୍ଷର ପ୍ରଭାବ ଆଜି ରହିଛି ବିଛିନ୍ନାଞ୍ଚଳରେ।  ବର୍ତ୍ତମାନ ବିଚିନ୍ନାଞ୍ଚଳରେ ପୋଷ୍ଟର ଓ ବ୍ୟାନରର ଲଢେଇ ଚାଲିଛି।

ମାଓ ପୋଷ୍ଟରରେ ‘ମାଓବାଦୀମାନେ ସାଧାରଣ ଲୋକଙ୍କର କୌଣସି କ୍ଷତି କରିବ ନାହିଁ’ ବୋଲି ଉଲ୍ଲେଖ କରିବା ସହ ପ୍ରଶାସନକୁ କଡା ଚେତାବନୀ ଦେଇ ‘ଲୋକଙ୍କୁ ଭୟଭୀତ କରାନ୍ତୁ ନାହିଁ। ଗାଁ ଗାଁରେ କରିଥିବା ଗେଟ ଗୁଡିକ କାଢି ଦିଅ, ନଚେତ ଏହାର ପରିଣାମ ସ୍ୱରୂପ ଦଣ୍ଡ ଭୋଗି’ ବୋଲି ଚେତାବନୀ ଦେଇଛନ୍ତି।

ସେହପରି ମାଓ ବିରୋଧୀ ପୋଷ୍ଟରରେ ‘ମାଓବାଦୀମାନେ ବିଚିନ୍ନାଞ୍ଚଳର ବିକାଶ ଚାହାନ୍ତି ନାହିଁ, ସେଥିପାଇଁ ରାସ୍ତା କାମରେ ନିୟୋଜିତ ଥିବା ଯନ୍ତ୍ରପାତି, ଗାଡି ମୋଟର ପୋଡିଦିଅନ୍ତି। ମାଓବାଦୀମାନେ ଦେଶ ବିରୋଧୀ, ଜନ ବିରୋଧି, ଓ ଜନ ହିତ ବିରୋଧୀ’ ବୋଲି ଲେଖା ଯାଇଛି।

You might also like