ଧ୍ୱଂସ ହେଲା ଶତାଧିକ ମାଓ ଶିବିର

ମାଲକାନଗିରି:  ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲା ତିମେନାର ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ କରି ଦିଆଯାଇଛି।  ଡିଆରଜି, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଚଢ଼ଉ କରି ମାଓ ଶିବିରକୁ ଧ୍ୱଂସ କରିଛନ୍ତି । ହେଲେ ଶିବିରରୁ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।

ଜଙ୍ଗଲରେ ଶତାଧିକ ମାଓ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂଚନା ମିଳିବା ପରେ ତିନି ବାହିନୀ ମିଳିତ ଅପରେସନ କରିଥିଲେ । ତେବେ ସୁରକ୍ଷାକର୍ମୀ ଆସୁଥିବା ଜାଣିପାରି ମାଓବାଦୀମାନେ ପଳାଇବାରେ ସକ୍ଷମ ହୋଇଛନ୍ତି। ଶିବିରରୁ ଟିଫିନ ବମ୍, ପାଇପ ବମ୍, କୋଡେକ୍ସ ଓୟାର, ଇନଫ୍ରାରେଡ୍ ଥର୍ମୋମିଟର, ମାଓ ପୋଷାକ, ମାଓ ପୁସ୍ତିକା ଓ ମାଓ ସାମଗ୍ରୀ ଜବତ କରାଯାଇଛି।

ସେପଟେ ଗତକାଲି ମାଥିଲି ଥାନା ଗୋଲିଆରେ ଜଣେ ଠିକାଦାର ସୁକୁମାର ମଣ୍ଡଳଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଥିଲେ । ଗତକାଲି ସକାଳେ ୧୫ରୁ ୨୦ ଜଣ ମାଓବାଦୀ ରାସ୍ତା କାର୍ଯ୍ୟ  ବନ୍ଦ କରିବା ସହ ଗାଡିରେ ନିଆ ଲଗାଇ ଦେଇଥିଲେ।

You might also like