ମାଓବାଦୀଙ୍କ ଯୋଜନା ପଣ୍ଡ; ଅଳ୍ପକେ ବର୍ତ୍ତିଲେ CRPF ଯବାନ

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ
ଯବାନଙ୍କ ଅଦମ୍ୟ ସାହସ ଯୋଗୁଁ ଏଡ଼ାଇ ହେଲା ଅଘଟଣ
ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲାଣ୍ଡମାଇନ୍
ସୁକମା ନିପ୍ପା ଜଙ୍ଗଲରେ ଚାଲିଥିଲା ସର୍ଚ୍ଚ ଅପରେସନ୍

ସୁକମା: ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ।  ଉପସ୍ଥିତ ବୃଦ୍ଧି ଓ ଅଦମ୍ୟ ସାହସ ଯୋଗୁ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ। ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ ସୁକମା ଜିଲ୍ଲାର ନିପ୍ପା ଜଙ୍ଗଲରେ ଘଟିଛି ଏଭଳି ଘଟଣା। ଯେଉଁଠି ପାଞ୍ଚ କିଲୋର ଲାଣ୍ଡମାଇନକୁ ଖଞ୍ଜି ଥିଲେ ଲାଲ ବାହିନୀ।୨୦୬-ସିଆର୍ପିଏଫ୍ ବାଟାଲିୟନ୍ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲ ଭିତରେ ଲାଣ୍ଡମାଇନ୍ ମିଳିଥିଲା। ମେଟେଲ୍ ଡିଟେକଟରରେ ଲାଣ୍ଡମାଇନ ହେବା ପରେ ତାଙ୍କୁ ନିଷ୍କ୍ରିୟ କରାଯାଇଛି।

ତେବେ ମାଓ କାର୍ଯ୍ୟକଳାପ କମିଥିଲେ ସୁଦ୍ଧା ଘଂଚ ଜଗଙ୍ଗଲରେ ରହି ହିଂସା ଘଟାଇବାକୁ ଚକ୍ରାନ୍ତ କରୁଛନତି ମାଓବାଦୀ। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଗଲେ ଯବାନ।

ତେବେ ଗତ କିଛିଦିନ ତଳେ କନ୍ଧମାଳରେ ବର୍ବରକାଣ୍ଡ ଘଟାଇଥିଲେ ମାଓବାଦୀ। ବେଲଘର ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ଗାଁରେ ପଶି ଦୁଇ ଯୁବକଙ୍କୁ ହତ୍ୟା କରିଥିଲେ। ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ପାଖରେ ଗୋଟିଏ ମୃତଦେହ ପଡିଥିବା ବେଳେ ଆଉ ଗୋଟିଏ ମୃତଦେହ ଗୁଛାଗୁଡ଼ା ଗାଁ ପାଖରେ ପଡ଼ି ରହିଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ବି ଛାଡ଼ିଦେଇଥିଲେ। ତେବେ ଘଂଚ ଜଙ୍ଗଲ ମଧ୍ୟରେ ମୃତଦେହ ପଡିଥିବାରୁ ପୋଲିସ ସେଠାରେ ପହଞ୍ଚିବା ଡ଼େରି ହୋଇଥିଲା।

 

You might also like