ରାଜ୍ୟର ଏକାଧିକ ୱେବ୍‌ସାଇଟ୍‌ ହ୍ୟାକ୍ !

ଭୁବନେଶ୍ୱର: ରାଜ୍ୟର ଏକାଧିକ ୱେବ୍‌ସାଇଟ୍‌ ହ୍ୟାକ୍। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଏସ୍ଏନ୍, ଶ୍ରୀମନ୍ଦିର ଦଇତାପତି ନିଯୋଗ ସହ ଅନେକ ସରକାରୀ ଅଫିସ୍‌ର ୱେବ୍‌ସାଇଟ୍ ହ୍ୟାକ୍ ହୋଇଛି।

ଖାଲି ସେତିକି ନୁହେଁ ଏକାଧିକ ସରକାରୀ କଲେଜ ୱେବ୍‌ସାଇଟ୍ ମଧ୍ୟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ୱେବ୍‌ସାଇଟ୍ ଗୁଡ଼ିକର ହୋମ୍‌ପେଜ୍‌ରେ ମ୍ୟାଡ୍ ଟାଇଗର ଲେଖା ହୋଇଛି।

ତେବେ କାହିଁକି ଓ କିଏ ଏପରି ୱେବ୍‌ସାଇଟ୍ ହ୍ୟାକ୍ କରିଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ପ୍ରଶାସନ ତରଫରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

You might also like