• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଚିତ୍ରକୋଣ୍ଡା /ମାହାଙ୍ଗା : ଯେଉଁ ଲକ୍ଷ୍ୟ ନେଇ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ, ତାହା ଏବେ ବାଟବଣା। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ହଷ୍ଟେଲ ସମସ୍ୟା। କେଉଁଠି ଭିତ୍ତିଭୂମି ନାହିଁ। ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟ। ଫଳରେ ଅଭିଭାବକମାନେ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇବାକୁ ମନ ବଳାଉ ନାହାନ୍ତି।

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓ ଉପଦ୍ରୁତ ସ୍ୱାଭିମାନ ଅଞ୍ଚଳ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ ୨୦୧୭ରେ ଆରମ୍ଭ ହୋଇଥିଲା ଆଦର୍ଶ ବିଦ୍ୟାଳୟ। କିନ୍ତୁ ଆରମ୍ଭରୁ ଅସଜଡ଼ା ଏଠାରେ ୨୨୫ ଜଣ ପିଲାଙ୍କୁ ପଢାଇବା ପାଇଁ ଅଛନ୍ତି ମାତ୍ର ୬ ଜଣ ଶିକ୍ଷକ।

ବିଦ୍ୟାଳୟ ଆରମ୍ଭରୁ ଗଣିତ, ଇଂରାଜୀ, ହିନ୍ଦି ଭଳି ମୁଖ୍ୟ ବିଷୟବସ୍ତୁ ପାଇଁ ଖାଲି ପଡିଛି ଶିକ୍ଷକ ପଦବୀ। ଦୂର ଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ ହଷ୍ଟେଲ ସୁବିଧା। ସ୍କୁଲର ପାଚେରି ନାହିଁ, ଖେଳ ପଡିଆଟିଏ ମଧ୍ୟ ନାହିଁ। ବିଭିନ୍ନ ସମସ୍ୟା ଦେଇ ଏହି ଆଦର୍ଶ ବିଦ୍ୟାଳୟ ଗତି କରୁଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଅନ୍ୟ ସ୍କୁଲକୁ ନେଇଯାଉଛନ୍ତି। ପ୍ରଧାନ ଶିକ୍ଷକ ଓ ଖୋଦ୍ ଜିଲ୍ଲା ଶିକ୍ଷା ଅଧିକାରୀ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି।

ସେହିପରି କଟକ ମାହାଙ୍ଗାରେ ଥିବା ଆଦର୍ଶ ବିଦ୍ୟାଳୟରେ ଘୋର ଅବ୍ୟବସ୍ଥା। ୨୦୧୬ରୁ ଚାଲିଥିବା ସ୍କୁଲ ନିର୍ମାଣ କାର୍ଯ୍ୟ ଏଯାଏଁ ସରୁନି। ବରାହିପୁରର ରାଧେଶ୍ୟାମ ନୋଡାଲ ସ୍କୁଲର ଏକ ଅଦରକାରୀ ଗୃହରେ ଚାଲିଛି ପାଠପଢା। କେହି ଜଣେ ହେଲେ ବି ନିୟମିତ ଶିକ୍ଷକ ନାହାନ୍ତି। ବ୍ଲକ ଶିକ୍ଷାଧିକାରୀ ଯେଉଁଦିନ ଶିକ୍ଷକ ପଠାନ୍ତି, ସେଦିନ ପାଠପଢା ହୁଏ। ପାଠପଢା ପାଇଁ ନା ଅଛି ଭିତ୍ତିଭୂମି, ନା ଲାଇବ୍ରେରୀ ,ନା ଖେଳିବା ପାଇଁ ସାମଗ୍ରୀ କିଛି ନାହିଁ। ତେବେ ଏସବୁ ଭିତରେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି ମେଧାବୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ।

ଯେଉଁ ଲକ୍ଷ୍ୟ ନେଇ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ, ତାର ଗତି କୁଆଡେ, ଏବେ ଏମିତି ପ୍ରଶ୍ନ ଉଙ୍କି ମାରୁଛି।

Many-problems-in-adarsha-vidhyalaya-school
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories