ଦୁଇ ଗୋଷ୍ଠୀ ମୁହାଁମୁହିଁଁ; ୧୦ରୁ ଅଧିକ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗୁଣ୍ଠିରିବାଡ଼ି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ଶୋଭାଯାତ୍ରାରେ ବର ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ସେମାନଙ୍କୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି।

ଏଥିରେ ୧୨ଜଣ ଆହତ ହୋଇ ଥିବା ବେଳେ ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଗତ ୫ବର୍ଷ ହେଲା ଗୁଣ୍ଠିରିବାଡ଼ି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଛି। ତେବେ ଗତ କିଛି ଦିନ ତଳେ ଗ୍ରାମ୍ୟ କମିଟି ଦ୍ୱାରା ସମାଧାନ ହୋଇଥିଲେ ମଧ୍ୟ ଗତକାଲି ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

You might also like