JIPMER ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୁଡୁଚେରୀ: ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ପୁଡୁଚେରୀ ସ୍ଥିତ JIPMER ମେଡିକାଲ୍ ଇନ୍‌ଷ୍ଟିଚ୍ୟୁଟର  ୪ ଜଣିଆ ଡାକ୍ତରୀ ଟିମ୍। ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ ବା JIPMERର ଡାକ୍ତରୀ ଟିମ୍‌ ପ୍ରଫେସର୍ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରୁଛନ୍ତି।

ଏଥିପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଟୁଇଟ କରି ଜଣାଇଛନ୍ତି ଯେ, ସେ ହର୍ଷବର୍ଦ୍ଧନଙ୍କୁ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ ପାଇଁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇବାକୁ ଅନୁରୋଧ କରିଥିଲେ । ଏଥିସହ ସେ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ସୁଧାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି।

ଯଶସ୍ୱୀ ଲେଖକ ମନୋଜ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସାଙ୍ଗକୁ ତାଙ୍କ ହାତ ଭାଙ୍ଗିଯିବାରୁ ୩ ମାସ ହେବ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍ରେ ଚିକିତ୍ସାଧୀନ ଥିଲେ।

M

You might also like