କରୋନାରୁ ମୁକ୍ତ ହେଲେ, ପ୍ଲାଜ୍‌ମା ଦେଇ ଅନ୍ୟର ଜୀବନ ବଞ୍ଚାଇଲେ ମନୋଜ

କେନ୍ଦ୍ରାପଡା: କରୋନା ମହାମାରୀ ବିଶ୍ୱବାସୀଙ୍କର ଚିନ୍ତା ବଢାଇଥିବାବେଳେ ଆଶ୍ୱାସନା ଦେଇଛି ପ୍ଲାଜ୍‌ମା ଥେରାପି। ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସେଣ୍ଟର ଖୋଲିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ମନୋଜ ବରାଳ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ କି ପ୍ଲାଜ୍‌ମା ଦେଇ ରେକର୍ଡ କରିଛନ୍ତି।

ଆଳି ବ୍ଲକ ରାଧାନଗର ଗାଁର ମନୋଜ ବରାଳ ଓଡ଼ିଶାର ପ୍ରଥମ ବ୍ୟକ୍ତି କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ଼ମା ଦାନ କରିଛନ୍ତି । ତାଙ୍କ ପ୍ଲାଜ୍‌ମାରେ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସାଧାରଣତଃ ପ୍ଲାଜ୍‌ମା ଦାନ କରିବାକୁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ରାଜି ହେଉ ନ ଥିବାବେଳେ ମନୋଜ ପ୍ଲାଜ୍‌ମା ଦାନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏ ନେଇ ତାଙ୍କ ପାଖକୁ  ଛୁଟିଛି ପ୍ରଶଂସାର ସୁଅ।

ନିଜେ କରୋନା ମୁକ୍ତ ହେବା ପରେ ଆକ୍ରାନ୍ତମାନେ କିଭଳି ଶୀଘ୍ର ସୁସ୍ଥ ହୋଇ ପାରିବେ ସେ ନେଇ ମନୋଜ ଟିପ୍ପସ ଦେଇଛନ୍ତି । ସୁସ୍ଥ ହେବାକୁ ହେଲେ ପ୍ରଥମେ ମନୋବଳ ଦୃଢ଼ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହିତ  ନିୟମିତ ବ୍ୟାୟାମ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କଲେ ତାହା ଅନ୍ୟର ଜୀବନ ବଞ୍ଚାଇ ପାରୁଛି। ତେଣୁ କରୋନାରୁ ମୁକ୍ତି ପାଇଥିବା ବ୍ୟକ୍ତି ପ୍ଲାଜମା ଦାନ କରନ୍ତୁ ବୋଲି ସେ ଅପିଲ କରିଛନ୍ତି ।   ସ୍ଥାନୀୟ ବିଧାୟକ ମନୋଜଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । 

You might also like