ନିର୍ବାଚନ ପୂର୍ବରୁ ଇସ୍ତାହାର ପାଇଁ ତିନି ଦଳର କସରତ

ସବୁ ଦଳଙ୍କ ଫୋକସ୍‌ରେ ଲୋକଙ୍କ ମତ

ଭୁବନେଶ୍ୱର : ନିର୍ବାଚନୀ ଯୁଦ୍ଧରେ କିଏ ଦେବ କିଭଳି ପ୍ରତିଶ୍ରୁତି ? କେଉଁ ପ୍ରସଙ୍ଗକୁ ଫୋକସ୍ କରିବ କେଉଁ ଦଳ ? କେଉଁ ଲୋଭନୀୟ ପ୍ରତିଶ୍ରୁତିକୁ ରଖି ନେତା ମାଗିବେ ଭୋଟ ?

ନିର୍ବାଚନକୁ ଦେଢ ମାସ ଥିବା ବେଳେ ଏସବୁ ପ୍ରଶ୍ନର ଉତ୍ତରକୁ ନେଇ ଚାଲିଛି ନିର୍ବାଚନୀ ଇସ୍ତାହାର କସରତ। ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ଇସ୍ତାହାର କମଟିର ନିଷ୍ପତ୍ତି ଅନୁସାରେ ସବୁ ବର୍ଗର ଲୋକଙ୍କ ମତାମତ ନେବା ପାଇଁ ଜିଲ୍ଲାସ୍ତରରେ ବୈଠକ କରିବେ କମିଟିର ସଦସ୍ୟ।

ଏକ ୱେବସାଇଟ ମାଧ୍ୟମରେ ମଧ୍ୟ ମତାମତ ନିଆଯିବ। ଫେବୁଆରୀ ୧୫ ତାରିଖ ସୁଦ୍ଧା ଇସ୍ତାହାର ଚୂଡାନ୍ତ କରି ଲୋକଙ୍କ ପାଖରେ ରଖିବ ବିଜେପି। ଚାଷୀଙ୍କ ପାଇଁ କୃଷିଋଣ ଛାଡ଼, ବୋନସ ପରି ପ୍ରତିଶ୍ରୁତି ସହ ମହିଳା ଯୁବକ ମାନଙ୍କ ପାଇଁ ବି କିଛି ଲୋଭନୀୟ ପ୍ରତିଶ୍ରୁତିକୁ ଇସ୍ତାହାର ରଖିବାକୁ ଯୋଜନା କରିଛି ବିଜେପି।

ଏପଟେ ଛତିଶଗଡ଼ରେ ୧୫ ବର୍ଷ ପରେ କ୍ଷମତାକୁ ଫେରିଥିବା କଂଗ୍ରେସର ଇସ୍ତାହାର ଢାଞ୍ଚାକୁ ଓଡ଼ିଶାରେ ଆପଣେଇବାକୁ ଯୋଜନା। ଏଥିପାଇଁ ଆଜି ଛତିଶଗଡ଼ କଂଗ୍ରେସର ଏକ ଟିମ୍ ପିସିସି ଇସ୍ତାହାର କମିଟି ବସି ମାରଥନ ଆଲୋଚନା କରିଛନ୍ତି। କ୍ଷମତାକୁ ଆସିଲେ କଂଗ୍ରେସ କୃଷିଋଣ ଛାଡ଼ କରିବ। ୫ ବର୍ଷ ପାଇଁ ଚାଷୀଙ୍କୁ ଆର୍ଥିକ ସହୟତା ଦେବା ସହ ସୋଲାର ପମ୍ପ ମଧ୍ୟ ଯୋଗାଇଦେବ। ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାକୁ ୩୦୦ ଶହରୁ ବଢାଇ ହଜାରେ ଟଙ୍କା କରିବାକୁ ବି କହିଛି କଂଗ୍ରେସ।

ଏସବୁ ପ୍ରତିଶ୍ରୁତି ଇସ୍ତାହାରରେ ସାମିଲ ହେବ। ତେବେ ୨୦ଟି ଜିଲ୍ଲାରୁ ମତାମତ ସଂଗ୍ରହ ହୋଇଥିବା ବେଳେ ଆଉ ୨୦ ଟି ସ୍ଥାନରେ ବୈଠକ କରି ସବୁ ବର୍ଗର ଲୋକଙ୍କ ମତ ନେବାକୁ ଖସଡ଼ା ପ୍ରସ୍ତୁତ ହୋଇଛି। ଏହା ବାଦ୍‌ ଏକ ମୋବାଇଲ ଆପ ମାଧ୍ୟମରେ ମଧ୍ୟ ମତ ନିଆଯାଉଛି।

୧୯ ବର୍ଷ ଧରି କ୍ଷମତାରେ ଥିବାରୁ ଆଉ ପ୍ରତିଶ୍ରୁତି ଦେବାକୁ ତରବର ହେଉନି ବିଜେଡି। ପୂର୍ବରୁ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପାଳନ କରିଯାଇଛି ତାର ସମୀକ୍ଷା କରି ପୁଣି କିଛି ଲୋଭନୀୟ ପ୍ରତିଶ୍ରୁତିକୁ ନେଇ ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବାକୁ ପ୍ଲାନ୍‌ କରିଛି ବିଜ଼େଡି।

ଯଦିଓ ବର୍ତ୍ତମାନ ସୁଦ୍ଧା ଦଳର ଇସ୍ତାହାର କମିଟି ଘୋଷଣା ହୋଇନି, ତେବେ ଖୁବଶୀଘ୍ର ଲୋକଙ୍କ ମତକୁ ପ୍ରାଧାନ୍ୟ ଦେଇ ଦଳ ଇସ୍ତାହାର କରିବ ବୋଲି କହିଛି।

ହିନ୍ଦି ହାର୍ଟଲାଣ୍ଡରେ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ଚାଷୀଙ୍କ ଭୋଟ ନିର୍ଣ୍ଣାୟକ ହୋଇଥିବାରୁ ଏଥର ରାଜ୍ୟର ତିନି ପ୍ରମୁଖ ଦଳ ଚାଷୀଙ୍କୁ ଖୁସି କରିବା ପାଇଁ ନିର୍ବାଚନୀ ଇସ୍ତାହାରରେ ସର୍ବାଧିକ ଗୁରୁତ୍ୱ ଦେଇପାରନ୍ତି।

You might also like