ବାରମ୍ବାର ଅଘଟଣ ସତ୍ତ୍ୱେ ପଶୁନି ଚେତା; କାହିଁକି ଆମ୍ବଟାକୁଆ ଖାଉଛନ୍ତି ଲୋକେ

ନବରଙ୍ଗପୁର: ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଥିବା ଘଟଣାକୁ ଇତିମଧ୍ୟରେ ବିତିଯାଇଛି ୪୮ ଘଣ୍ଟା। ହେଲେ ସରକାରୀ ସ୍ତରରେ ସ୍ପଷ୍ଟ ହୋଇନି ମୃତ୍ୟୁର କାରଣ। କିନ୍ତୁ ପରିବାର ଲୋକେ କହୁଛନ୍ତି, ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ଖାଇବାରୁ ଏଭଳି ଘଟଣା ଘଟିଛି। ୨ ବୋହୂଙ୍କ ସହ ୪ଜଣ ୩ ଦିନ ତଳର ବାସୀ ପିଠା ଖାଇଥିଲେ। ଘରେ ସେମିତି କିଛି ଅଭାବ ଅସୁବିଧା ନଥିଲେ ବି ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ବିଷାକ୍ତ ହେବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି ପରିବାର ଲୋକେ। ଗୁରୁତର ଥିବା ଅନ୍ୟ ୬ ବର୍ଷର ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସେପଟେ ଅାଜି ଗାଁକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ବିଭିନ୍ନ ଲୋକଙ୍କ ଘରୁ ଅାମ୍ବଟାକୁଅା ସବୁକୁ ଜବତ କରିଛି ଜିଲ୍ଲା ପ୍ରଶାସନ।

ଅଭାବରୁ ହେଉ କିମ୍ବା ଅଭ୍ୟାସରୁ। ଅାମ୍ବଟାକୁଅାରୁ ପ୍ରସ୍ତୁତ ଖାଦ୍ୟ ଯେ ଜୀବନ ନେଇଛି, ତାହା ପୂର୍ବ ଘଟଣାରୁ ପ୍ରମାଣିତ ହୋଇସାରିଛି। ଖାଦ୍ୟ ଅଭାବରୁ ୨୦୦୧ରେ ରାୟଗଡ଼ା ଜିଲ୍ଲା କାଶୀପୁର, ୨୦୧୨ ଓ ୨୦୧୩ରେ କୋରାପୁଟ ଲକ୍ଷ୍ମୀପୁର ଓ ୨୦୧୬ ଅଗଷ୍ଟରେ ପୁଣି ରାୟଗଡ଼ା କାଶୀପୁର ବ୍ଲକ୍‌ରେ ମୃତ୍ୟୁର ତାଣ୍ଡବ ରଚିଛି ଅାମ୍ବଟାକୁଆ। ଅାଉ ଏବେ ଏହି ଘଟଣାର ପୁନରାବୃତ୍ତି ହୋଇଛି ନବରଙ୍ଗପୁର ଜିଲ୍ଲା ମଇନାପଦର ଗାଁରେ। ତେବେ ପ୍ରଶ୍ନ, କାହିଁକି ଅାମ୍ବ ଟାକୁଅାକୁ ଲୋକେ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ? ବାରମ୍ବାର ଘଟଣା ଘଟୁଥିବା ସତ୍ତ୍ୱେ ସରକାରୀ ସଚେତନତାକୁ ବ୍ୟାପକ କରାଯାଇପାରୁନି କାହିଁକି ? କେବେ ସରକାର ଏ ଦିଗ ପ୍ରତି ଦୃଷ୍ଟିଦେବେ ଓ ଏଭଳି ଘଟଣାକୁ ରୋକାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।

You might also like