ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି

ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ସେ କହିଛନ୍ତି, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ରାଜ୍ୟ ସରାକର ନୁହେଁ କେନ୍ଦ୍ର ସରକାର କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ୭୦ କୋଟିର ମାତୃ ବନ୍ଦନା ଯୋଜନାରେ ଓଡ଼ିଶାରୁ ମାତ୍ର ୭ଜଣ ମହିଳା ସାମିଲ ହୋଇଥିବା ମାନେକା କହିଛନ୍ତି।

ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ କେନ୍ଦ୍ର ଯୋଜନାକୁ ରାଜ୍ୟ ଅଣଦେଖା କରୁଥିବା ଅଭିଯୋଗ କରି ମାନେକା କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ରହିଛି। ମୋବାଇଲ୍ ମାଧ୍ୟମରେ ପୁଲିସ୍ ସହ ସିଧା ଯୋଗାଯୋଗର ବ୍ୟବସ୍ଥା ରହିଛି। ଏହି ଯୋଜନାରେ ୮ଟି ରାଜ୍ୟ ସାମିଲ ଥିବା ବେଳେ ଓଡ଼ିଶା ଏହାକୁ ଗ୍ରହଣ କରିନାହିଁ

ସେହିପରି ଓଡ଼ିଶାରେ ସେଲ୍‌ଟର୍ ହୋମ ଗୁଡ଼ିକର ମାନ ଠିକ୍ ନାହିଁ ବୋଲି ମାନେକା କହିଛନ୍ତି। ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ତଥ୍ୟ ବିଭ୍ରାନ୍ତିକର ବୋଲି କହିଛି ବିଜେଡି।

You might also like