ପ୍ରଚାର କରୁଥିବା ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ବାଚନୀ ହିଂସା। ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ କିଛି ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଛି। ଏଥିରେ ୯ଜଣ ବିଜେପି କର୍ମୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଏବଂ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢ଼ୀ ଗୁରୁତର ହୋଇଛନ୍ତି। ଏ ସମ୍ପର୍କରେ ବିଜେପି କର୍ମୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

You might also like