‘ବାହାର ଯାତ୍ରା ସମ୍ଭବ ନୁହେଁ, ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବ ପରିଚାଳନା କମିଟି’

ଭୁବନେଶ୍ୱର:  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ତାହା ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନଜର। ତେବେ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମିଳିଥିବା ଚିଠି ନେଇ ଆଜି ବୈଠକ ବସିଥିଲା। ଶ୍ରୀମନ୍ଦିର ପର୍ବପର୍ବାଣି ସଂପର୍କରେ ଏହି ବୈଠକ ବସିଥିଲା। ଆଉ ୨ ଦିନ ପରେ ଅକ୍ଷୟ ତୃତୀୟା।

ସେଦିନ ମହାପ୍ରଭୁଙ୍କ ରଥ ନିର୍ମାଣ ହେବା କଥା କିନ୍ତୁ ଲକ୍ ଡାଉନ ନିୟମରେ ସ୍ପଷ୍ଟ ହେଲା ବାହାର ଯାତ୍ରା ହୋଇପାରିବନି। କୌଣସି ଧର୍ମପୀଠରେ ବାହାର ଯାତ୍ରାକୁ ପୂରା ବାରଣ କରାଯାଇଛି। କେନ୍ଦ୍ର, ରାଜ୍ୟ ସରକାରଙ୍କ ନିୟମ ପରିଚାଳନା କମିଟି ମାନିବାକୁ ବାଧ୍ୟ । ୩ ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ ବୋଲି ମହାରାଜା କହିଛନ୍ତି।

ମହାରାଜା କହିଥିଲେ ଯେ,’କମିଟି ସଦସ୍ୟ କହିଥିଲେ ଯେ  କେମିତି ପାଳନ କରାଯାଇପାରିବ। ତେବେ ଏନେଇ ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ। ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ବିକଳ୍ପ ନେଇ ପରାମର୍ଶ ଲୋଡ଼ିବୁ। ଗୁରୁଜୀଙ୍କ ପରାମର୍ଶ ଅନୁସାରେ ଅକ୍ଷୟ ତୃତୀୟା ନୀତି ପାଳନ ହେବ। ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ସମୟ ଅଛି। ଆମେ ଅପେକ୍ଷା କରିବାକୁ ପଡ଼ିବ। ୩ ତାରିଖ ପରେ ଯାହା ଗାଇଡଲାଇନ ଦେବେ, ସେହି ଅନୁସାରେ ପୁଣି ମିଟିଂ ହେବ। ପୁଣି ଥରେ ମିଟିଂ କରି ଗାଇଡଲାଇନ ଅନୁସାରେ ଯାହା କରିହେବ ଦେଖିବୁ।’

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନିବାକୁ ଆମେ ବାଧ୍ୟ। ଜନସମାଜର ସୁରକ୍ଷା ପାଇଁ ଆମେ ଗାଇଡଲାଇନ ପାଳନ କରିବୁ। କେନ୍ଦ୍ର, ରାଜ୍ୟ ଯାହା ନିଷ୍ପତ୍ତି ନେବେ ତାକୁ ପାଳନ କରିବା ଆମର କର୍ତ୍ତବ୍ୟ ବୋଲି ମହାରାଜ କହିଥିଲେ। ରୋଗକୁ ଦୂରେଇବା ଓ ମହାପ୍ରଭୁଙ୍କ ନୀତି ପାଳନ କରିବା ମୁଖ୍ୟ ଲକ୍ଷ୍ୟ। ଯାତ୍ରୀ କଟକଣା ଲଗାଇ ଯାତ୍ରା କରିହେବ କି ନାହିଁ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।

ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେପରି ବନ୍ଦ ନ ହୁଏ, ସେଥିଲାଗି ଛତିଶାନିଯୋଗ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି ।

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like