‘ସତ ସାମ୍ନାକୁ ଆସିବା ଦରକାର’

ଭୁବନେଶ୍ୱର: ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ରହସ୍ୟ ଉପରୁ ଏଯାଏ ପର୍ଦ୍ଦା ଉଠିପାରି ନାହିଁ। ହତ୍ୟା ନା ଆତ୍ମହତ୍ୟା, କୌଣସି ନିଷ୍କର୍ସରେ ପହଞ୍ଚିପାରୁନି ଜିଆର୍‌ପି। ଇତିମଧ୍ୟରେ ପୋଲିସ୍‌ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ, ପ୍ରୀତମ, ଦୀପୁଙ୍କ ସହ ଆଦିତ୍ୟଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବି ପୋଲିସ୍‌ ପଚରାଉଚରା କରି ସାରିଲାଣି।

ଏପରିକି ବଲାଙ୍ଗିରରେ ରହୁଥିବା ଆଦିତ୍ୟଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ଡାକି ଜିଆର୍‌ପି ଜେରା କରିଛି।  କିନ୍ତୁ ଏଯାଏ ସ୍ପଷ୍ଟ ହୋଇପାରିନି ମୃତ୍ୟୁର କାରଣ। କେବଳ ଏତିକି ନୁହେଁ, ଜବତ ଡାଏରୀରେ କିଏ ନିଜେ ଆଦିତ୍ୟ ଲେଖିଛନ୍ତି ନା ଆଉ କିଏ ? ଏହାର ହ୍ୟାଣ୍ଡରାଇଟିଂ ମଧ୍ୟ ଯାଞ୍ଚ କରୁଛି ଫୋରେନ୍ସିକ୍ ଟିମ୍। ଏହାବ୍ୟତୀତ କଲ୍ ଡିଟେଲ୍ସ ଏବଂ ସିସିଟିଭି ଫୁଟେଜ୍‌କୁ ଧରି ଜିଆର୍‌ପି ଛାନ୍‌ଭିନ୍‌ କରୁଛି।

ଓଟିଭିକୁ ଫୋନ୍‌ରେ ପ୍ରତିକ୍ରିୟା ଦେଇ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି, ପୋଲିସ ସତକୁ ସାମ୍ନାକୁ ଆଣିବା ଦରକାର। ଆଦିତ୍ୟ ଆତ୍ମହତ୍ୟା କରି ନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ତା’ସହ ସୁଇସାଇଡ୍ ନୋଟ୍‌ର ମଧ୍ୟ ସତ୍ୟତା ଆସିବା ଦରକାର। ନଚେତ୍ ଆବଶ୍ୟକ ପଡ଼ିଲେ ସେ ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି ଆମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ବିଦ୍ୟାଶ୍ରୀ କହିଛନ୍ତି।

You might also like