ଅନ୍ୟହାତରେ ଦଣ୍ଡ ଦେଉଛି ପୁଲିସ୍‌ !

ମୟୂରଭଞ୍ଜ: ନିଜେ ପଦକ୍ଷେପ ନନେଇ ଅନ୍ୟହାତରେ ଦଣ୍ଡ ଦେଉଛି ପୁଲିସ୍‌। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଆସ୍କିପାଲ ଗାଁରେ।

କୌଣସି କାରଣରୁ ଆସ୍କିପାଲି ଗାଁର ଜଣେ ଯୁବକ ପୋଡ଼ୋଶୀଙ୍କ ସହ ପାଟିତୁଣ୍ଡ କରିବା ସହ ଅସଭ୍ୟ ଭାଷାରେ ଗଳିଗୁଲଜ କରିଥିଲେ। ଏ ନେଇ ତାଙ୍କ ପଡ଼ୋଶୀ ଘରର ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ତାଙ୍କୁ ପାଟି କରିବାକୁ ବାରଣ କରିବା ସହ କାବୁ କରି ଗଛରେ ବାନ୍ଧି ଦେଇଥିଲେ। କିଛି ଘଣ୍ଟାପରେ ଗ୍ରାମବାସୀ ବାରଣ କରିବାରୁ ଯୁବକଙ୍କୁ ଉଦ୍ଧାର ସେ ଛାଡ଼ି ଦେଇଥିଲେ। ତେବେ ଦୀର୍ଘ ଘଣ୍ଟାଧରି ଯୁବକଙ୍କୁ ଗଛରେ ବନ୍ଧା ହେବା ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା।

ପୁଲିସ ତାଙ୍କୁ ସେଭଳି କରିବା ପାଇଁ କହିଥିବା କହିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ। ସେପଟେ ଏ ନେଇ ପୁଲିସକୁ ପଚାରିବାକୁ ବାହୁଡ଼ା କାମରେ ବ୍ୟସ୍ତ ଥିବାରୁ ପୁଲିସ କେବଳ ଉନ୍ମକ୍ତ ଯୁବକକୁ କାବୁ କରିବା ଲାଗି କହିଥିବା ସ୍ୱୀକାର କରିବା ସହ ବାନ୍ଧି ରଖିବା ଲାଗି କହିନଥିବା କହିଛି।

You might also like