ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ସୁବର୍ଣ୍ଣପୁର : ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଲିପଡ଼ାରେ ଘଟିଛି ଏହି ଘଟଣା। ଆହତ ଜଣକ ହେଲେ ରାଜକୁମାର ନାଗ।

ଘର ପାଖ ରମେଶ ଭୋଇ ଓ ତାଙ୍କ ପୁଅ ଆକାଶ, ରାଜକୁମାରଙ୍କ ଘରକୁ ଆସି ତାଙ୍କ ତଣ୍ଟି କାଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ କୁମାରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଝିଅ ନିନା ନାଗ ମଧ୍ୟ ଆହତ ହୋଇଛନ୍ତି।

ତେବେ ରାଜକୁମାର ଓ ତାଙ୍କ ଝିଅର ଅବସ୍ଥା ଗୁରୁତର ହେବାକୁ ଉଭୟଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଅଭିଯୁକ୍ତ ବାପ-ପୁଅ ଫେରାର ହୋଇଯାଇଛନ୍ତି।

You might also like