• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପରିସରରେ ଉତ୍ତ୍ୟକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଥାନା ଭିତରେ ପଶି କିଛି ବ୍ୟକ୍ତି ଜଣେ ଯୁବକଙ୍କୁ ନିର୍ଦ୍ଧୁମ ପଟିଛନ୍ତି। ଏପରିକି ପୋଲିସକୁ ମଧ୍ୟ ଛାଡ଼ି ନାହାନ୍ତି। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଏସ୍‌ଆଇ ଆକ୍ରମଣର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ଗଣତନ୍ତ୍ର ଦିବସ ଅବସରରେ ରେଲ୍‌ୱେ ଷ୍ଟାଡିୟମକୁ ସିପକପଡାର ମନୋରଞ୍ଜନ ଓ ତାଙ୍କ ଭଉଣୀ ପରେଡ୍‌ ଦେଖିବାକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ସ୍ଥାନୀୟ ଯୁବକଙ୍କ ସହ ମନୋରଞ୍ଜନଙ୍କ ବଚସା ହୋଇଥିଲା। ବଚସାରୁ ମନୋରଞ୍ଜନଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବା ସହ ତାଙ୍କ ଉଭଣୀକୁ ଗାଳି ଗୁଲଜ କରିଥିଲେ।

ଏନେଇ ମନୋରଞ୍ଜନ ବଲାଙ୍ଗିର କଣ୍ଟାବାଞ୍ଜି ଟାଉନ୍ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ଏହି ଖବର ଜାଣିବା ପରେ ମନୋରଞ୍ଜନଙ୍କ ଭାଇ ବିଟୁ ମଧ୍ୟ ଥାନାକୁ ଆସିଥିଲେ। ହେଲେ ବିଟୁକୁ ଦେଖି ସେଠାରେ ଉପସ୍ଥିତ ଥିବା ଗଣ୍ଡଗୋଳକାରୀ ଯୁବକ ତାଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ଏସ୍ଆଇ ପ୍ରଣୟ ମୁର୍ମୁ ସାଧା ପୋଷାକରେ ଥାଇ ଗଣ୍ଡଗୋଳ ଛଡାଇବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ବି ମଧ୍ୟ ଗଣ୍ଡଗୋଳ କରୁଥିବା ଯୁବକ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି।

ତେବେ ଥାନା ପରିସରରେ ଜଣେ ଅଭିଯୋଗକାରୀଙ୍କ ଭାଇଙ୍କୁ ମାଡ଼ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Man-thrashed-by-some-locals-police-station
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories