ଅଜଣା ରୋଗରେ ପୀଡ଼ିତ ବାପା : ଟିଉସନ୍ କରି ପରିବାର ଚଳାଉଛଉନ୍ତି ରେସମା

ଆଳି(ବନମାଳୀ ସାହୁ): ରୋଗିଣା ବାପାର ଗୁଣମତୀ ଝିଅ। ରୋଗଶଯ୍ୟାରେ ପଡ଼ି ଛଟପଟ୍ ହେଉଛନ୍ତି ଘରର ମୁରବୀ, ପରିବାର ଚଳାଉଛି ପାଠୋଇ ଝିଅ। ରୋଜଗାରିଆ ମଣିଷ ଘର ଦୁଆରେ ପଡ଼ି ରହିବା ପରେ  ଅସହାୟ ହୋଇ  ପଡ଼ିଥିଲା ପୂରା ପରିବାର। ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନଥିଲା । ଆଉ ଏପରି ସମୟରେ ରେଶମା ପୁଅ ପରି ଘର ପାଇଁ . . .  ବାପା ପାଇଁ . . . ଆଶା ବାଡ଼ି ସାଜିଛନ୍ତି। ବାପା ରୋଗରେ ପଡ଼ିବା ପରେ ରେଶମା ଏବେ ଟିଉସନ୍ କରି ତାଙ୍କ ଚିକିତ୍ସା କରୁଛନ୍ତି ଏବଂ ଘର ଚଳାଉଛନ୍ତି।  ଝିଅମାନେ ବି ପୁଅଠାରୁ ଟିକିଏ  କମ୍ ନୁହଁନ୍ତ ବୋଲି ସେ ପ୍ରମାଣିତ କରି ଦେଖାଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଓଗାଁର ନିରଞ୍ଜନ ସାହୁ ଅଜଣା ରୋଗରେ ପୀଡ଼ିତ। ଦିନଥିଲା ନିରଞ୍ଜନ ଯାହା ରୋଜଗାର କରୁଥିଲେ, ସେଥିରେ ବେଶ ହସଖୁସିରେ ପରିବାର ଚଳିଯାଉଥିଲା। ହେଲେ ଗିରିବି ଉପରେ ଦାଉ ସାଧିଲା ରୋଗ ଯନ୍ତ୍ରଣା। ଘରର ରୋଜଗାରିଆ ଲୋକକୁ ମାଡିବସିଲା ଅଜଣା ରୋଗ। ଯେଉଁଠି ପେଟ ପାଇଁ ସଙ୍ଘର୍ଷ ଚାଲିଥିଲା, ସେଠି ଚିକିତ୍ସା କଥା ପଚାରେ କିଏ।

ସେପଟେ ବାପା ଅଜଣା ରୋଗରେ ପୀଡ଼ିତ ହେବା ପରେ ପରିବାର ଚଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଘରର ପାଠୋଇ ଝିଆ ରେସମା। ସେ ଏବେ ଯୁକ୍ତ ତିନିରେ ପାଠ ପଢ଼ୁଥିବା ବେଳେ, ଏବେ ତାଙ୍କ ଉପରେ ଘରର ବୋଝ। ଘର ଚଳାଇବା ପାଇଁ ସେ ଏବେ ଗାଁ ପିଲାଙ୍କୁ ଟିଉସନ୍ କରୁଛନ୍ତି। ଯାହା କିଛି ମିଳୁଛି ସେଥିରେ ବାପାଙ୍କର ଚିକିତ୍ସା କରାଇବା ସହ ଘର ଖର୍ଚ୍ଚ ଚଳୁଛି। ହେଲେ ଏତିକି ଟଙ୍କାରେ କ’ଣ ଚିକିତ୍ସା ହୁଏ ?

୧୦ବର୍ଷ ତଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ ନିରଞ୍ଜନ । ପରିବାର ଲୋକେ ବଡ଼ ମେଡ଼ିକାଲ ନେଇ ଡାକ୍ତର ଦେଖାଇଥିଲେ। ଯାହା କିଛି ଥିଲା ସମ୍ବଳ ଥିଲା ଖର୍ଚ୍ଚ କରିସାରିବା ପରେ ମଧ୍ୟ ରୋଗ ଭଲ ହେଲା ନାହିଁ। ଅର୍ଥାଭାବ ଯୋଗୁ ନିରଞ୍ଜନଙ୍କ ଆଉ ଚିକିତ୍ସା ଆଗେଇ ପାରିଲା ନାହିଁ। ଏବେ ଅନ୍ୟର ସାହାରା ନନେଲେ ନିରଞ୍ଜନ ଯିବା ଆସିବା କରିବା କରିପାରୁ ନାହାନ୍ତି। ସବୁ ବେଳେ ଶରୀର ଥରିବାରେ ଲାଗୁଛି।

ତେବେ ବାପାଙ୍କର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ରହିଛି ବୋଲି କହିଛନ୍ତି ରେସମା। ତେଣୁ କେହି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ପାଇଁ ସେ ଗୁହାରୀ କରିଛନ୍ତି । ଅନ୍ୟପଟେ ରାଜକନିକା ବିଡ଼ିଓ ଏହି ଅସହାୟ ପରିବାରକୁ  ସାହାଯ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାରୀ ହେଉକି ବେସରକାରୀ ସ୍ତରରେ ନିରଞ୍ଜନଙ୍କୁ ସହାୟତା ପ୍ରଦାନ ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।

You might also like