ବାଲେଶ୍ୱର: ଲୁଟେରାଙ୍କ କବଳରେ ପଡ଼ିଥିବା ଜଣେ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ଲହୁଲୁହାଣ ହୋଇଛନ୍ତି ଯୁବକ। ତଥାପି ଲୁଟେରାଙ୍କୁ ଛାଡ଼ି ନାହାନ୍ତି। ଲହୁଲୁହାଣ ହୋଇ ଜଣେ ଲୁଟେରାଙ୍କୁ କାବୁ କରି ନେଇଥିଲେ। ଘଟଣା ଘଟିଛି ବାଲେଶ୍ୱରରେ।
ବାଲେଶ୍ୱରରେ ଜଣେ ମହିଳା ପ୍ରଜାପିତା ବ୍ରହ୍ମାକୁମାରୀ ରୋଡ୍ରେ ମର୍ଣ୍ଣିୱାକ୍ରେ ଯାଉଥିଲେ। ହଠାତ୍ ୨ଜଣ ଲୁଟେରା ଆସି ତାଙ୍କ ହାର ଝାମ୍ପି ନେଇଥିଲେ । ମହିଳାଜଣକ ଜୋରରେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସେଠାରେ ଥିବା ଜଣେ ଯୁବକ ଧାଇଁ ଆସି ଲୁଟେରାଙ୍କୁ ପ୍ରତିରୋଧ କରିଥିଲେ ।
ଯୁବକଜଣକ ଜଣେ ଲୁଟେରାଙ୍କୁ କାବୁ କରିନେଇଥିବା ବେଳେ ଅନ୍ୟ ଜଣେ ଲୁଟେରା ତାଙ୍କ ଦେହରେ ଛୁରି ଭୁସି ଦେଇଥିଲା । ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ଜଣେ ଲୁଟେରାଙ୍କୁ କାବୁ କରିନେଇଥିବାବେଳେ ଅନ୍ୟଜଣେ ଚମ୍ପଟ ମାରିଥିଲା।
ଆକ୍ରମଣ ପରେ ଯୁବକଙ୍କ ବେକରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।