“ମା’, ତୁ କୁଆଡ଼େ ଗଲୁ ? ଅଭାଗା ପୁଅ କଥା ତୋର ମନେ ପଡ଼ୁନି ?”

କାମ କରି ଘରକୁ ଫେରବା ପରେ କ୍ଲାନ୍ତ ଶରୀର ତାଙ୍କର ଥକି ପଡ଼ିଥିଲା । କ୍ଷଣିକ ପାଇଁ ଆଖି ଲାଗି ଯାଇଥିଲା। ଏହି ସମୟରେ ଗେଟ୍ ଖୋଲି କୁଆଡ଼େ ଚାଲିଯାଇଥିଲେ ମା’ ।, କେଉଁଠି କାନ୍ଥ ବାଡ଼ରେ ପୋଷ୍ଟର ମାରୁଛି ତ ପୁଣି ବାଟରେ ହାଟରେ ଯାଉଥିବା ଲୋକଙ୍କୁ ବିକଳ ହୋଇ ମା’ କଥା ପଚାରୁଛି ପୁଅ

ସମ୍ବଲପୁର : ମା’ ତୁ କୁଆଡ଼େ ଗଲୁ ? ଏ ଅଭାଗା ପୁଅ କଥା କ’ଣ ତୋର ମନେ ପଡ଼ୁନି । ନିଖୋଜ ମା’କୁ ଖୋଜି ଖୋଜି ପାଗଳପ୍ରାୟ ହୋଇଗଲାଣି ପୁଅ । ହାତ ଧରି ବାଟ ଚଲେଇ ଶିଖାଇଥିଲା, ହେଲେ ଏବ ବାଟ ଜାଣି ନପାରି ମୋତେ ବିକଳ ହୋଇ ଖୋଜୁଥିବ । ମୋ ଅବେହଳା ପାଇଁ କୁଆଡ଼େ ଚାଲିଯାଇଛି । ନିଜର ରକ୍ତକଣିକାରେ ଜୀବନ ଗଢ଼ିଥିବା ମା’ ଆଜି ଅସହାୟ ହୋଇ ବାରଦୁଆର ହେଉଥିବ।  ମା’କୁ ଖୋଜି ଖୋଜି ନୟାନ୍ତ ହୋଇଗଲିନି ସିନା ତା’ର କୌଣସି ଖୋଜଖବର ମିଳୁନି । କ’ଣ ଖାଉଥିବ, କିପରି ରହୁଥିବ, ଏକଥା ଚିନ୍ତା କରି ବିକଳ ହୋଇଯାଉଛି ପୁଅ। ନିଖୋଜ ମା’କୁ ଏଠି ସେଠି, ସବୁଠି ଖୋଜୁଛି ଅସହାୟ ପୁଅ । ସମ୍ବଲପୁର ବୁର୍ଲା ମେଡିକାଲ କଲୋନୀରେ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

୭୦ ବର୍ଷ ବୟସ୍କା ସବିତା ନାୟକ ଘରୁ କେଉଁ ଆଡ଼େ ପଳାଇ ଯାଇଛନ୍ତି । ଗତ ମାସ ୮ ତାରିଖରୁ ନିଖୋଜ ହୋଇଯାଇଛନ୍ତି । କାମ କରି ଘରକୁ ଫେରବା ପରେ କ୍ଲାନ୍ତ ଶରୀର ତାଙ୍କର ଥକି ପଡ଼ିଥିଲା । କ୍ଷଣିକ ପାଇଁ ଆଖି ଲାଗି ଯାଇଥିଲା। ଏହି ସମୟରେ ଗେଟ୍ ଖୋଲି କୁଆଡ଼େ ଚାଲିଯାଇଥିଲେ ମା’ । ତା’ ପରଠାରୁ ମା’ଙ୍କୁ ଖୋଜି ବୁଲୁଛନ୍ତି, ହେଲେ ପାଉ ନାହାନ୍ତି। ଗତ ପ୍ରାୟ ୩ ବର୍ଷ ହେବ ସ୍ନାୟବିକ ସମସ୍ୟା ଯୋଗୁଁ ଅନେକ କଥା ମନେ ରଖି ପାରୁ ନ ଥିଲେ ସବିତା  । ଆଉ ସେଥିପାଇଁ ନିୟମିତ ଔଷଧ ମଧ୍ୟ ଖାଉଥିଲେ ।

ତେବେ ୯ ତାରିଖ ଦିନ ବୁର୍ଲାର ସଦେଇପାଲି ନିକଟରେ କେହି ତାଙ୍କୁ ଦେଖିଥିବା କଥା ଆସି ଘରେ କହିଥିଲେ। ମା’ ମିଳିଗଲା ବୋଲି ଖୁସିରେ ଦୌଡ଼ିଥିଲା ପୁଅ । ହେଲେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମା’ ସେଠାରେ ନଥିଲା । ପୁରା ସହରର  ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ମା’କୁ ଖୋଜୁନି ପୁଅ । ଗଳିକନ୍ଦିରେ ଚକ୍କର କାଟି କାଟି ପାଦ ଥକି ଗଲାଣି ତଥାପି ମା’ ମିଳୁନି ।

କେଉଁଠି କାନ୍ଥ ବାଡ଼ରେ ପୋଷ୍ଟର ମାରୁଛି ତ ପୁଣି ବାଟରେ ହାଟରେ ଯାଉଥିବା ଲୋକଙ୍କୁ ନିଖୋଜ ମା’ଙ୍କ ସମ୍ପର୍କରେ ଟିକିନିଖି ସୂଚନା ଦେଇ ପଚାରି ବୁଝୁଛି ପୁଅ । ପେପରରେ ମା’ ନିଖୋଜ ସମ୍ପର୍କର ବିଜ୍ଞାପନ ଦେବା ସହ ସୋସିଆଲ୍ ମିଡ଼ିଆରେ ମା’ର ସନ୍ଧାର ପାଇଁ ପ୍ରୟାସ ଚଳାଇଛନ୍ତି। କୌଣସି ସହୃଦୟ ବ୍ୟକ୍ତି ତାଙ୍କ ମା’ ଖବର ପାଇଲେ ୯୭୭୧୨୮୧୪୮ ଓ ୬୩୭୨୧୯୬୩୭୪ରେ ଯୋଗାଯୋଗ କରିବା ପାଇଁ ଗୁହାରୀ ଜଣାଉଛନ୍ତି । ମା’ କଥା ଚିନ୍ତା କରି ଘଡ଼ିଏ ବସିପାରୁ ନାହାନ୍ତି । ଜଳ ଜଳ ହୋଇ ମା’ର ଚେହେରା ଆଖି ଆଗରେ ନାଚିଯାଉଛି । ଥାନାରେ ମଧ୍ୟ ଏତଲା ଦିଆଯାଇଛି ।  ଏବେ  ବହୁ ଖୋଜା ଖୋଜି କଲା ପରେ ବି ସବିତାଙ୍କ କୌଣସି ସନ୍ଧାନ ନମିଳିବାରୁ ଚିନ୍ତାରେ ଅଛନ୍ତି ପୁଅ-ବୋହୂ । 

 

You might also like