ଗୁଗଲ୍ -ପେ ବ୍ୟବହାର କରୁଥିଲେ ସାବଧାନ; ଆକାଉଣ୍ଟ୍‌ରୁ ଗାଏବ୍‌ ହୋଇପାରେ ଟଙ୍କା

ବାଲେଶ୍ୱର: ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍‌ ପେ’ ଆପ୍‌ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍‌ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ଖବର ଅନୁସାରେ, ରେମୁଣା ବ୍ଲକ୍ ଦୁମୁଦା ଗାଁର ବିଜୟ କୁମାର ଦାସ ନିଜର ଅଲ୍‌ଟୋ କାର୍ ବିକ୍ରି ପାଇଁ ଗତ ୧୫ ତାରିଖରେ ନିଜ ଫେସ୍‌ବୁକରେ ପୋଷ୍ଟ କରିଥିଲେ। ୧୬ ତାରିଖରେ ମହାବୀର ସିହ୍ନା ନାମକ ଜଣେ ବ୍ୟକ୍ତି ନିଜକୁ ଆର୍ମି ଷ୍ଟାଫ୍‌ର ପରିଚୟ ଦେଇ ଗାଡ଼ି କିଣିବା ପାଇଁ କହିଥିଲେ। ଏପରିକି ସେ ହ୍ୱାଟ୍ସଆପ୍‌ରେ କଥାବାର୍ତ୍ତା ହୋଇଥିଲେ। ପରେ ବିଜୟଙ୍କୁ ୪୦ ହଜାର ଟଙ୍କା ଆଡ୍‌ଭାନ୍ସ ପଠାଇବା ପାଇଁ ଗୁଗୁଲ-ପେ’ ନମ୍ବର୍ ମାଗିଥିଲେ। ଟଙ୍କା ପଠାଇବା ପାଇଁ Allow to receive Message କୁ ରିସିଭ କରିବା ପାଇଁ ମଧ୍ୟ କହିଥିଲେ। ତେବେ ସେ ମେସେଜକୁ ରିସିଭ୍‌ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟି ଯାଇଥିବା ବିଜୟ ଅଭିଯୋଗ କରିଛନ୍ତି। ପରେ ସେହି ନମ୍ବରରେ ଫୋନ୍‌ କଲେ କେହି ଉଠାଉ ନାହାନ୍ତି। ଶେଷରେ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ବିଜୟଙ୍କ ଭଳି ଆଉ ଜଣେ ବ୍ୟକ୍ତି ହେଲେ ବାଲେଶ୍ୱରର ଶ୍ରାମାନ୍ ଶ୍ରୀଚନ୍ଦନ। ତାଙ୍କର ଚାନ୍ଦିପୁରରେ ଥିବା ଏକ ହୋଟେଲରେ ରହିବା ପାଇଁ ୧୬ ତାରିଖରେ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ନିଜକୁ ରାକେଶ କୁମାର କହିବା ସହ ଆର୍ମି ଷ୍ଟାଫ୍‌ ବୋଲି ପରିଚୟ ଦେଇଥିଲେ। ପରେ ହୋଟେଲ୍‌ରେ ରହିବା ପାଇଁ ୫୦୦୦ ହଜାର ଟଙ୍କା ଗୁଗୁଲ-ପେ’ରେ ପଠାଇବା ପାଇଁ ନମ୍ୱର ମାଗିଥିଲେ। ଏପରିକି Allow to receive Message କୁ ରିସିଭ କରିବା ପାଇଁ ସେ କହିଥିଲେ। ତେବେ ଶ୍ରୀଚନ୍ଦନ ମେସେଜକୁ ରିସିଭ୍‌ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ସମାନ ଢଙ୍ଗରେ ଟଙ୍କା କଟିଯାଇଥିଲା। ଖାଲି ଏହି ଦୁଇଜଣ ନୁହନ୍ତି, ବାଲେଶ୍ୱର ଜିଲ୍ଲାର ଏକାଧିକ ବ୍ୟକ୍ତି ଏଭଳି ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଅଭିଯୋଗକାରୀମାନେ ବ୍ୟାଙ୍କ ସହିତ ଯୋଗଯୋଗ କରିଥିଲେ। ତେବେ ଆପ୍‌ଗୁଡିକ ବ୍ୟାଙ୍କର ନିଜସ୍ୱ ଆପ୍‌ ହୋଇନଥିବାରୁ ଗ୍ରାହକମାନେ ସଚେତନ ହେବାକୁ ବ୍ୟାଙ୍କ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ସାଇବର କ୍ରାଇମ ରୋକିବାପାଇଁ ପୁଲିସର ଏକ ସ୍ୱତନ୍ତ୍ର ଆଇଟି ସେଲ ରହିଛି। ଘଟଣାର ତଦନ୍ତ କରାଯିବ ବୋଲି ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋର କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like