ମାଆର ଅବସ୍ଥା ସଂକଟାପନ୍ନ : ଘରକୁ ଫେରିବା ପାଇଁ ବୈଜୟନ୍ତଙ୍କୁ ଆକୁଳ ନିବେଦନ କଲେ ମନୋଜ

ଭୁବନେଶ୍ୱର: ମୃତ୍ୟୁଶଯ୍ୟାରେ ପଡ଼ିଥିବା ମାଆଙ୍କୁ ଦେଖିବା ଲାଗି ଆକୁଳ ନିବେଦନ କରୁଛି ପୁଅ। ସବୁ ପ୍ରକାର ଚେଷ୍ଟା ପରେ ଏବେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧାନମଣ୍ଡଳ ଗାଁର ମନୋଜ ସାହୁ।

୯ ମାସ ତଳେ ଚାକିରୀ କରିବାକୁ ଦୁବାଇ ଯାଇଥିଲେ ମନୋଜ। ତାଙ୍କ ରୋଜଗାରରେ କର୍କଟ ରୋଗାକ୍ରାନ୍ତ ମାଆ ହେମଲତାଙ୍କ ଚିକିତ୍ସା ଚାଲୁଥିଲା। ହେଲେ ଲକଡାଉନ ଯୋଗୁ ରୋଜଗାର ବନ୍ଦ ହେବାକୁ ଇଆଡ଼େ ମାଆଙ୍କ ରୋଗ ବଢ଼ି ଚାଲିଲା। ମାସେ ହେଲା ହେମଲତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଛି। ଲକଡାଉନ ଯୋଗୁଁ ଦୁବାଇରେ ରୋଜଗାର ହରାଇ ଏବେ ଭୋକ ଉପାସରେ ରହୁଛନ୍ତି ମନୋଜ। ଏଣୁ ତାଙ୍କୁ ଫେରାଇ ଆଣିବାକୁ ମନୋଜ ଏକ ଭିଡିଓ ବାର୍ତ୍ତାରେ ବୈଜୟନ୍ତଙ୍କୁ ନିବେଦନ କରିଛନ୍ତି।

You might also like