ଯୁବତୀଙ୍କୁ ଅସଦାଚରଣ କରି ଆଣ୍ଠେଇଲେ ଯୁବକ

ମୟୂରଭଞ୍ଜ  : ମହଙ୍ଗା ପଡ଼ିଲା ଯୁବତୀଙ୍କୁ ଅସଦାଚରଣ। ବିଚ୍ ରାସ୍ତା ଉପରେ ଆଣ୍ଠେଇଲେ ଯୁବକ।  ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ମୟୂରଭଞ୍ଜ କେସିଙ୍ଗା ଅଞ୍ଚଳରେ। ମାଣତ୍ରୀ ଛକରେ ଯୁବକଙ୍କୁ ମାଡ଼ ସହ ସର୍ବ ସମ୍ମୁଖରେ ବସାଇ ଦେଇଛନ୍ତି ସ୍ଥାନୀୟଲୋକେ।

ସୂଚନା ମୁତାବକ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ଛାତ୍ରୀ ମାଣତ୍ରୀ ଛକରେ ଥିବା ଏକ ପାଥୋଲୋଜିକୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ। ତେବେ ସେଠାରେ କାମ କରୁଥିବା ଟେକ୍ନିସିଆନ୍ ତାଙ୍କୁ ଅସଦାଚରଣ କରିଥିବା ସେ ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଛାତ୍ରୀଙ୍କ ପରିବାର ଓ ଗାଁ ଲୋକେ ଆସି ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ। ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

 

You might also like